ରାଞ୍ଚି: ଝାଡଖଣ୍ଡ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ନକ୍ସଲ ଆକ୍ରମଣ ହୋଇଛି । ମତଦାନ ଚାଲିଥିବା ସମୟରେ ମତଦାତାଙ୍କୁ ଭୟଭୀତ କରିବା ଲାଗି ନକ୍ସଲ ରାଜ୍ୟର ଗୁମଲା ଜିଲ୍ଲାର ବିଷ୍ଣୁପୁର ବିଧାନସଭା ଆସନ କ୍ଷେତ୍ର ଅଞ୍ଚଳରେ ଥିବା ଏକ ପୋଲକୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି।
ଝାଡଖଣ୍ଡ ନିର୍ବାଚନ: ଭୋଟିଂବେଳେ ମାତିଲେ ନକ୍ସଲ, ବିଷ୍ଣୁପୁରରେ ଉଡାଇଲେ ପୋଲ - ଝାଡଖଣ୍ଡ ଭୋଟିଂ
ଝାଡଖଣ୍ଡ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଥିବାବେଳେ ନକ୍ସଲ ଆକ୍ରମଣ ହୋଇଛି । ରାଜ୍ୟର ଗୁମଲା ଜିଲ୍ଲାର ବିଷ୍ଣୁପୁର ବିଧାନସଭା କ୍ଷେତ୍ର ଅଞ୍ଚଳରେ ଥିବା ଏକ ପୋଲକୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି ନକ୍ସଲ।
ପ୍ରତିକାତ୍ମକ ଫଟୋ
ଭିଡିଓ ସୌଜନ୍ୟ: ଇଟିଭି ଭାରତ
ଏ ଘଟଣାରେ କ୍ଷୟକ୍ଷତି ହୋଇଥିବା ନେଇ କୌଣସି ଖବର ମିଳିନାହିଁ। ସେପଟେ ଆକ୍ରମଣ ଯୋଗୁଁ ମତଦାନ ପ୍ରକ୍ରିୟା ପ୍ରଭାବିତ ହୋଇନଥିବା ଡେପୁଟି କମିଶନର ରାଶି ରଞ୍ଜନ ଜଣାଇଛନ୍ତି। ଏହା ସହିତ ଭୋଟିଂ ପ୍ରକିୟା ଜାରି ରହିଥିବା ସେ କହିଛନ୍ତି।
Last Updated : Nov 30, 2019, 12:05 PM IST