ଓଡିଶା

odisha

ETV Bharat / bharat

ବିଜାପୁରରେ ମାଓ ତାଣ୍ଡବ, ଜାଳିଦେଲେ ବସ

ପଡୋଶୀ ଛତିଶଗଡ଼ର ବିଜାପୁର ଜିଲ୍ଲା ଅଧିନସ୍ଥ ଉସୁର ଥାନା ଅଞ୍ଚଳରେ ମାଓବାଦୀଙ୍କ ତାଣ୍ଡବ ଦେଖିବାକୁ ମିଳିଛି । ଏକ ବସରେ ଥିବା ଯାତ୍ରୀଙ୍କୁ ତଳକୁ ଓହ୍ଲାଇବା ପରେ ଏହାକୁ ଜାଳି ଦେଇଛନ୍ତି ଲାଲବାହିନୀ । ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁରକ୍ଷାକର୍ମୀ । ଏହା ପରେ ଉଭୟଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ଶେଷରେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ ।

By

Published : Sep 16, 2019, 11:23 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ରାୟପୁର: ପଡୋଶୀ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଦେଖିବାକୁ ମିଳିଛି ମାଓ ତାଣ୍ଡବ । ଏଠାକାର ଉସୁର ଥାନା ଅଞ୍ଚଳ ଅଧିନସ୍ଥ ସୀତାପୁରରେ ଏକ ବସକୁ ଟାର୍ଗେଟ କରି ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ । ତେବେ ଏହି ବସରେ ଯାତ୍ରା କରୁଥିବା ଯାତ୍ରୀ ସୁରକ୍ଷିତ ଥିବାର ଖବର ମିଳିଛି।


ରବିବାର ରାତିରେ ଏଠାରେ ଥିବା ସୁରକ୍ଷାବଳର କ୍ୟାମ୍ପ ନିକଟରେ ଘଟିଛି ଏ ଘଟଣା । ଉସୁରରୁ,ବିଜାପୁର ଅଭିମୁଖେ ଯାଉଥିବା ଏକ ବସକୁ ସୀତାପୁର ଅଞ୍ଚଳରେ ରୋକିଥିଲେ ମାଓବାଦୀ । ଏହା ପରେ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ତଳକୁ ଓହ୍ଲାଇ ଦେବା ପରେ ସେଥିରେ ନିଆଁ ଲଗାଇଥିଲେ । ଏ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ ସୁରକ୍ଷାକର୍ମୀ। ପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ଶେଷରେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ।

ABOUT THE AUTHOR

...view details