ଗଡଚିରୋଲି: ଆଜିଠୁପିପୁଲ୍ସ ଲିବରେସନ ଗରିଲା ଆର୍ମି (ପିଏଲଜିଏ) ସପ୍ତାହ ପାଳନ କରୁଛି ନକ୍ସଲ ବାହିନୀ । ଆଉ ପ୍ରଥମ ଦିନରୁ ରକ୍ତମୁଖା ହୋଇଉଠିଛି ଲାଲବାହିନୀ । ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ଲାଲବାହିନୀ ନାରକୀୟ କାଣ୍ଡ ଘଟାଇଛି। ସେଠାକାର ଜଣେ ଗାଁ ମୁଖିଆ ଓ ଅନ୍ୟଜଣେ ଏନସିପି କାର୍ଯ୍ୟକର୍ତ୍ତାକୁ ହତ୍ୟା କରିଛନ୍ତି ନକ୍ସଲ।ସରକାରୀ କାମକୁ ବିରୋଧ କରି ଏହି ହତ୍ୟାକାଣ୍ଡ କରାଯାଇଥିବା ଜଣାପଡିଛି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଉଦ୍ୟାନକୁ ମଧ୍ୟ ଭାଙ୍ଗି ଦେଇଛି ଲାଲବାହିନୀ।
ମହାରାଷ୍ଟ୍ର ଗଡଚିରୋଲିରେ ମୁଣ୍ଡ ନେଲେ ନକ୍ସଲ - ମୁଣ୍ଡ ନେଲେ ନକ୍ସଲ
ଆଜିଠୁ ପିପୁଲ୍ସ ଲିବରେସନ ଗରିଲା ଆର୍ମି (ପିଏଲଜିଏ) ସପ୍ତାହ ପାଳନ କରୁଛି ନକ୍ସଲ ବାହିନୀ। ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାର ଗୋଟିଏ ଗାଁର ମୁଖିଆ ଓ ଅନ୍ୟ ଜଣେ ଏନସିପି କାର୍ଯ୍ୟକର୍ତ୍ତାକୁ ହତ୍ୟା କରିଥିବା ଜଣାପଡିଛି। ଅଧିକ ଖବର ପଢନ୍ତୁ...
ମହାରାଷ୍ଟ୍ର ଗଡଚିରୋଲିରେ ମୁଣ୍ଡ ନେଲେ ନକ୍ସଲ
ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକ ମୁଖିଆ ହେଲେ ମାସୁ ପୁଙ୍ଘତୀ ଓ ଏନସିପି କାର୍ଯ୍ୟକର୍ତ୍ତା ଋିଷି ମେସରାମ। ଆଜିଠୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ପାଳନ ହେଉଥିବା ବେଳେ ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । ସେପଟେ ନିଜର ସ୍ଥିତି ଜାହିର କରିବାକୁ ସ୍ଥାନେ ପୋଷ୍ଟର ଓ ବ୍ୟାନର ଲଗାଇଛି ଲାଲବାହିନୀ। ଦେଶର ନକ୍ସଲ ଉପଦ୍ରୁତ ଜିଲ୍ଲା ମଧ୍ୟରେ ରହିଛି ମହାରାଷ୍ଟ୍ରର ଗଡଚିରୋଲି।