ଓଡିଶା

odisha

ETV Bharat / bharat

ମତଦାନ କେନ୍ଦ୍ର ନିକଟରେ ଆଇଇଡି ବିସ୍ଫୋରଣ, 3 ଆହତ - NAXAL

ମହାରାଷ୍ଟ୍ର ଗଡଚିରୋଲିରେ ଆଇଇଡି ବିସ୍ଫୋରଣ କଲେ ନକ୍ସଲ । ମତଦାନ ଚାଲିଥିବା ବେଳେ ନକ୍ସଲମାନେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ମତଦାନ କେନ୍ଦ୍ରରୁ ମାତ୍ର 150 ମିଟର ଦୂରରେ ଘଟିଛି ଏହି ଘଟଣା। ଏଥିରେ 3 ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ।

ପ୍ରତିକାତ୍ମକ ଫଟୋ

By

Published : Apr 11, 2019, 10:55 PM IST

ମୁମ୍ବାଇ: ଲୋକସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ମହାରାଷ୍ଟ୍ର ଗଡଚିରୋଲିରେ ନକ୍ସଲ ଆଇଇଡି ବିସ୍ଫୋରଣ କରିଛନ୍ତି। ଗଡଚିରୋଲି ମତଦାନ କେନ୍ଦ୍ରରେ ମତଦାନ ଚାଲିଥିବା ବେଳେ ନକ୍ସଲମାନେ ଏହି ବିସ୍ଫୋରଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣରେ ତିନି ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି।

ସକାଳ 10.20 ମିନିଟରେ ମତଦାନ କେନ୍ଦ୍ରରୁ ମାତ୍ର 150 ମିଟର ଦୂରରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଭୋଟର ମାନେ ଧାଡିରେ ଠିଆ ହୋଇ ମତଦାନ କରୁଥିବା ବେଳେ ଏହି ଘଟଣା ଘଟିଥିଲା । ଗତକାଲି ମତଦାନ କେନ୍ଦ୍ରକୁ କିଛି ସିଆରପିଏଫ ଯବାନ ଡ୍ୟୁଟି ପାଇଁ ଯାଉଥିବା ବେଳେ ନକ୍ସଲମାନେ ଗଟ୍ଟାଜାମ୍ବିଆ ଗାଁରେ ଆଇଇଡି ବ୍ଲାଷ୍ଟ କରିଥିଲେ। ଏଥିରେ ଜଣେ ସିଆରପିଏଫ ଯବାନ ଆହତ ହୋଇଥିବା ସୂଚନା ରହିଛି।

ସ୍ଥାନୀୟ ଅଞ୍ଚଳରେ ବିପୁଳ ସଂଖ୍ୟାରେ ଭୋଟର ସେହି ବୁଥକୁ ଆସିଥିଲେ । ସେମାନଙ୍କ ଭିତରେ ଆତଙ୍କ ସୃଷ୍ଟି କରିବା ପାଇଁ ନକ୍ସଲମାନେ ଏପରି କରୁଥିବା ଜଣାପଡିଛି । ଚଳିତ ସାଧାରଣ ନିର୍ବାଚନ 7ଟି ପର୍ଯ୍ୟାୟରେ ହେବ । ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି।

For All Latest Updates

ABOUT THE AUTHOR

...view details