ଓଡିଶା

odisha

By

Published : Oct 16, 2020, 5:22 PM IST

ETV Bharat / bharat

ବିଜାପୁର ଏନକାଉଣ୍ଟରରେ ନକ୍ସଲ ମୃତ, ମୁଣ୍ଡପିଛା ଥିଲା ଏକଲକ୍ଷ ପୁରସ୍କାର

ଛତିଶଗଡର ବିଜାପୁରରେ ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି । ନକ୍ସଲଙ୍କୁ ଦମନ କରିବା ପାଇଁ ଛତିଶଗଡ ପ୍ରଶାସନ ପକ୍ଷରୁ 1ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ
ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ

ରାୟପୁର: ଛତିଶଗଡ ପୋଲିସକୁ ସଫଳତା । ନକ୍ସଲଙ୍କ ଯୋଜନାକୁ ପଣ୍ଡ କରିବାରେ ସଫଳ ହେଉଛି ପୋଲିସ । ବିଜାପୁରରେ ପୋଲିସ ଏନକାଉଣ୍ଟରରେ ଶୁକ୍ରବାର ଜଣେ ନକ୍ସଲର ମୃତ୍ୟୁ ହେଉଛି ।

ଜିଲ୍ଲା ପୋଲିସ ବାହୀନି ଓ ସିଆରଏଫ ନକ୍ସଲ ଦମନ ଅପରେସନରେ ସଫଳ ହୋଇଛି । ବାସାଗୁଡାର କୋରୋସଗୁଡା ଓ ଅଟୋପାଲି ପାଖ ଜଙ୍ଗଲରେ ପୋଲିସ ଏନକାଉଣ୍ଟର କରିଥିଲା ସେଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି । ନକ୍ସଲକୁ ଧରିବା ପାଇଁ ଛତିଶଗଡ ପ୍ରଶାସନ ପକ୍ଷରୁ 1ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା କହିଛନ୍ତି ବାସାଗୁଡା ପୋଲିସ ଷ୍ଟେସନର ଇନସପେକ୍ଟର ପି ସୁନ୍ଦରରାଜ । ନକ୍ସଲ ଦମନ କରିବା ପରେ ଛତିଶଗଡ ପୋଲିସ, ପ୍ରଶାସନ ପକ୍ଷରୁ ଘୋଷଣା ହୋଇଥିବା 1ଲକ୍ଷ ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଛି ।

ଗତ ମାସ ଭିତରେ ବିଜାପୁର ଜିଲ୍ଲାର ପଶ୍ଚିମାଞ୍ଚଳରେ ପ୍ରାୟ 6 ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସହ ବିଜାପୁରର ଦାନ୍ତେୱାଡା ଓ ଏନଡ୍ରିପାଲଠାରେ ନକ୍ସଲ ଛାଉଣିକୁ ଧ୍ବସଂ କରିଛି ପୋଲିସ ବାହୀନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details