ହାଇଦ୍ରାବାଦ: ବଲିଉଡର ପ୍ରସିଦ୍ଧ ଅଭିନେତା ନବାଜୁଦ୍ଦିନ ସିଦ୍ଦିକିଙ୍କ ସାନ ଭଉଣୀଙ୍କ ସ୍ତନ କର୍କଟରେ ମୃତ୍ୟୁ । ଶନିବାର ପୁନେ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଏହି ଦୁଃଖଦ ଘଟଣା ହୋଇଛି । ମୃତ୍ୟୁ ବେଳକୁ ନବାଜୁଦ୍ଦିନଙ୍କ ସାନ ଭଉଣୀ ସାୟମା ତମଶିଙ୍କୁ 26ବର୍ଷ ହୋଇଥିଲା ।

ସାୟମା 18ବର୍ଷ ବୟସରେ ଏହି ମାରାତ୍ମକ ବ୍ରେଷ୍ଟ କ୍ୟାନ୍ସରରେ ପୀଡିତ ହୋଇଥିଲେ । ନବାଜୁଦ୍ଦିନଙ୍କ ସାନ ଭଉଣୀଙ୍କ ମୃତ୍ୟୁ ସୂଚନା ତାଙ୍କର ସାନ ଭାଇ ଅୟାଜୁଦ୍ଦିନ ସିଦ୍ଦିକି ଦେଇଛନ୍ତି । ଭଭଣୀଙ୍କ ମୃତ୍ୟୁ ବେଳକୁ ନବାଜୁଦ୍ଦିନ ଆମେରିକାରେ ଥିଲେ ।