କୋଚି: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ବୀରାଙ୍ଗନାଙ୍କ ପାରଦର୍ଶିତାର ଅନେକ କାହାଣୀ ରହିଛି । ଅନେକ ଥର ଦୁସାହସ ଏବଂ ବୀରତ୍ବ ପାଇଁ ଇତିହାସ ରଚିଛନ୍ତି ବୀରାଙ୍ଗନା । ତେବେ ଆକାଶମାର୍ଗରେ ଶତ୍ରୃ ଦେଖିବ ଭାରତର ନାରୀଶକ୍ତିର ପରାକାଷ୍ଠା । କୋଚିର ଦକ୍ଷିଣ ନାଭାଲ କମାଣ୍ଡ ପକ୍ଷରୁ ଡର୍ନିଅର ଏୟାରକ୍ରାଫ୍ଟରେ ନୌସେନାର ପ୍ରଥମ ବ୍ୟାଚ୍ ମହିଳା ପାଇଲଟଙ୍କ ପ୍ରଶିକ୍ଷଣ ଶେଷ ହୋଇଛି । ତେବେ ଯେଉଁ ମହିଳା ପାଇଲଟମାନେ ଏବେ ଯୁଦ୍ଧ ବିମାନ ଉଡାଉବାକୁ ପ୍ରସ୍ତୁତ, ସେମାନେ ହେଉଛନ୍ତି ନୂଆଦିଲ୍ଲୀ ମାଲଭିୟନଗରର ଲେଫ୍ଟନାଣ୍ଟ ଦିବ୍ୟା ଶର୍ମା, ଉତ୍ତରପ୍ରଦେଶ ତିଲହାରର ଲେଫ୍ଟନାଣ୍ଟ ଶୁଭାଙ୍ଗୀ ସ୍ବରୂପ ଏବଂ ବିହାର ମୁଜାଫରପୁରର ଲେଫ୍ଟନାଣ୍ଟ ଶିବାଙ୍ଗୀ ।
ଆକାଶରେ ଉଡିବା ପାଇଁ ପ୍ରସ୍ତୁତ ନୌସେନାର ପ୍ରଥମ ବ୍ୟାଚ୍ ମହିଳା ପାଇଲଟ - ନୌସେନା ମହିଳା ପାଇଲଟ
କୋଚିର ଦକ୍ଷିଣ ନାଭାଲ କମାଣ୍ଡ ପକ୍ଷରୁ ଡର୍ନିଅର ଏୟାରକ୍ରାଫ୍ଟରେ ନୌସେନାର ପ୍ରଥମ ବ୍ୟାଚ୍ ମହିଳା ପାଇଲଟଙ୍କ ପ୍ରଶିକ୍ଷଣ ଶେଷ ହୋଇଛି । ଅଧିକ ପଢନ୍ତୁ...
ଏହି ତିନିଜଣ ମହିଳା ପାଇଲଟ ଗୁରୁବାର ଆଇଏନଏସ ଗରୁଡରେ ଆୟୋଜିତ ସମାରୋହରେ ଏମ୍ଆର୍ ପାଇଲଟ ଭାବରେ ଡିଗ୍ରୀ ହାସଲ କରିଛନ୍ତି । ଏମାନେ 27 ତମ ଡର୍ନିଅର୍ ଅପରେସନ ଫ୍ଲାଇଙ୍ଗ୍ ଟ୍ରେନିଂ (DOFT) ପାଠ୍ୟକ୍ରମର ସାମିଲ 6 ଜଣ ପାଇଲଟଙ୍କ ଭିତରେ ସାମିଲ ଥିଲେ ।
ପ୍ରାରମ୍ଭରେ ଡୋଫ୍ଟ ପାଠ୍ୟକ୍ରମ ପୂର୍ବରୁ ଏହି ପାଇଲଟମାନେ ଭାରତୀୟ ବାୟୁସେନା ସହିତ ନୌସେନାରେ ମଧ୍ୟ ବେସିକ ଫ୍ଲାଇଙ୍ଗ ଟ୍ରେନିଂ ନେଇଥିଲେ | ଏମଆର ଫ୍ଲାଇଙ୍ଗ ପାଇଁ ଉତୀର୍ଣ୍ଣ ହୋଇଥିବା ତିନିଜଣ ମହିଳା ପାଇଲଟଙ୍କ ମଧ୍ୟରେ ଶିବାଙ୍ଗୀ ପ୍ରଥମେ 2 ଡିସେମ୍ବର 2019ରେ ନୌସେନା ପାଇଲଟ ଭାବରେ ଯୋଗ୍ୟତା ଅର୍ଜନ କରିଥିଲେ।