ହାଇଦ୍ରାବାଦ: ଶରତ ଆକାଶରେ କଳାମେଘର ବାଦଲ ଅପସରି ଯାଉଛି । ନୀଳ ଗଗନରେ ଧଳା ବାଦଲର ମନଲୋଭା ଦୃଶ୍ୟ ଧରାପୃଷ୍ଠକୁ ଦଶଭୂଜା ମା’ ଆଦ୍ୟାଶକ୍ତିଙ୍କ ଆବିର୍ଭାବକୁ ଆଜି ସ୍ବାଗତ କରୁଛି । ମା'ଙ୍କର ସ୍ବାଗତ ପାଇଁ ଧରଣୀ ରାଣୀ ସବୁଜିମାର ଶାଢୀରେ ସତେଜ ସତେଜ ଲାଗୁଥିବା ବେଳେ ଶାରଦୀୟ ନବରାତ୍ରୀର ଆରମ୍ଭ ହୋଇସାରିଛି ।
ରବିବାର ପ୍ରଥମ ଦିନରେ ମାତା ଶୈଳପୁତ୍ରୀଙ୍କୁ ପୂଜା କରାଯିବ । ଚଳିତ ଥର ଶାରଦୀୟ ନବରାତ୍ରୀ 29 ସେପ୍ଟମ୍ବରରୁ ଅକ୍ଟୋବର 7 ପର୍ଯ୍ୟନ୍ତ ପାଳନ କରାଯିବ । 8 ଅକ୍ଟୋବର ବିଜୟା ଦଶମୀର ପର୍ବ । ନବରାତ୍ରୀରେ ମା'ଙ୍କୁ ନଅ ରୂପରେ ପୂଜାର୍ଚ୍ଚନା କରଯିବ ।
ନବରାତ୍ରୀ ପାଇଁ ସକାଳୁ ଦେଶର ସବୁ ଶକ୍ତିପୀଠରେ ଭକ୍ତଙ୍କ ଭିଡ ଲାଗି ରହିଛି । ମୁମ୍ବାଇର ମୁମ୍ବାଦେବୀ ମନ୍ଦିରରେ ପ୍ରଥମ ଦିନର ଆରତୀ ଆରମ୍ଭ ହୋଇ ସାରିଛି । ସେହିପରି ଦିଲ୍ଲୀର କାଳକାଜୀ ଓ ଝଣ୍ଡେବଲନ ମନ୍ଦିରରେ ମା'ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇସାରିଛି ।