ଶ୍ରୀନଗର: ଜମ୍ମୁ ବୈଷ୍ଣୋଦେବୀଙ୍କ ମୂଳ ଶିବିର କଟରାରେ ନବରାତ୍ରି ମହୋତ୍ସବର ସୋମବାର ଶୁଭାରମ୍ଭ ହୋଇଛି । ଏହି ଅବସରରେ କୋରୋନା କଟକଣାକୁ ପାଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୋଭା ଯାତ୍ରାକୁ ଅତି ସରଳତାର ସହିତ ଆୟୋଜନ କରାଯାଇଥିବାର ସୂଚନା ମିଳିଛି ।
ବେସ୍ କ୍ୟାମ୍ପ କଟରାରୁ ଭବନ ପର୍ଯ୍ୟନ୍ତ ସମଗ୍ର ଉପତ୍ୟକାକୁ ରଙ୍ଗୀନ କୃତ୍ରିମ ଆଲୋକରେ ସଜାଯାଇଛି । ଭବନଟିକୁ ଦେଶୀ ସହିତ ବିଦେଶୀ ଫୁଲ ସହିତ ଫଳର ମଧ୍ୟ ବ୍ୟବହୃତ ହୋଇଛି । ଏଣୁ ପୁରା ଅଞ୍ଚଳ ଫୁଲ ଏବଂ ଫଳର ସୁଗନ୍ଧରେ ମହକୁଥିବା ଜଣାପଡିଛି । କୋରୋନା ମହାମାରୀ କାରଣରୁ ବେସ କ୍ୟାମ୍ପ କଟରାରେ ନବରାତ୍ରୀ ମହୋତ୍ସବ ଅନୁଷ୍ଠିତ ହେବ ନାହିଁ । କିନ୍ତୁ ଭକ୍ତମାନଙ୍କୁ ସ୍ବାଗତ କରିବା ପାଇଁ ଧର୍ମନଗରୀ କଟ୍ରାକୁ ସଜାଯାଇଛି ।
ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ କଟରାର ସମେତ ଭବନରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିଛି । କିନ୍ତୁ ଏହାପୂର୍ବରୁ ପ୍ରତିଦିନ ମା’ଙ୍କ ଦର୍ଶନ ପାଇଁ ପ୍ରାୟ 700ରୁ ଏକ ହଜାର ଭକ୍ତ ଆସୁଥିଲେ । ତେବେ ନବରାତ୍ରି ଦିନ ଭକ୍ତଙ୍କ ସଂଖ୍ୟା ଅଧିକ ହେବ ବୋଲି ଆଶା କରାଯାଇଛି । ତେବେ କସ୍ବେର ମୁଖ୍ୟ ଫୱାରା ଛକଠାରେ ପ୍ରସ୍ତୁତ କରାଯାଇଥିବା ମଣ୍ଡପରେ 9ଦିନ ଧରି ମାତାଙ୍କୁ ପୂଜା ସହ ଯଜ୍ଞ କରାଯିବ ବୋଲି ସୂଚନା ମିଳିଛି ।