ଓଡିଶା

odisha

By

Published : May 13, 2019, 10:33 PM IST

ETV Bharat / bharat

କଂଗ୍ରେସ ପାଇଁ ପ୍ରଚାର କରିବେନି ସିଦ୍ଧୁ !

ଆଗାମୀ କିଛି ଦିନ ପାଇଁ ପାଟି ଖୋଲିବେ ନାହିଁ କିମ୍ବା ନିର୍ବାଚନୀ ସଭାରେ କୌଣସି ଭାଷଣ ଦେବେ ନାହିଁ କଂଗ୍ରେସ ନେତା ତଥା ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ । କାରଣ ସିଦ୍ଧୁଙ୍କ ଗଳା ତାଙ୍କ ସାଥ୍ ଦେଇ ନାହିଁ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଉ ମାତ୍ର ଦିନ କେଇଟା ପରେ ସପ୍ତଦଶ ଲୋକସଭା ନିର୍ବାଚନ ପ୍ରଚାରରେ ବିରାମ ଲାଗିବ । କିନ୍ତୁ ଏହାର ଠିକ ପୂର୍ବରୁ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି । ଦଳର ଷ୍ଟାାର ପ୍ରଚାରକ ସିଦ୍ଧୁଙ୍କ ପୁରୁଣା ରୋଗ ଗଳା ସଂକ୍ରମଣ ତାଙ୍କୁ ଆକ୍ରମଣ କରିଛି । ଗଲା କିଛି ମାସ ହେଲା ମାରାଥାନ ପ୍ରଚାର କରି ମୋଦି ସରକାରଙ୍କୁ ନାକେଦମ କରୁଥିବା ନବଜ୍ୟୋତ ସିଂ ସିଦ୍ଧୁ କ୍ରମାଗତ ଭାବେ ଭାଷଣ ଦେବା ଯୋଗୁଁ ସିଦ୍ଧୁଙ୍କ ଗଳା ସଂକ୍ରମିତ ହୋଇଥିଲା। ସିଦ୍ଧୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ ତାଙ୍କର ଗଳା ଖରାପ (ଭୋକାଲ କର୍ଡସ୍) ଅଛି । ସେ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଷ୍ଟେରଏଡ ସେବନ କରୁଛନ୍ତି ।

ଉକ୍ତ ବୟାନରେ କୁହାଯାଇଛି ଯେ ସିଦ୍ଧୁ ଲଗାତାର ଭାଷଣ ଦେବା ଯୋଗୁଁ ତାଙ୍କର ଭୋକାଲ କର୍ଡସ୍ ଖରାପ ହୋଇଯାଇଛି । ଏପରି ସ୍ଥିତିରେ ସେ କିଛି ଦିନ ପାଇଁ ବିଶ୍ରାମ ନେବେ ଏବଂ କୌଣସି ନିର୍ବାଚନୀ ସଭାରେ ଯୋଗ ଦେବେ ନାହିଁ । କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ଯେ ସିଦ୍ଧୁ ନିଜର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅଜ୍ଞାତ ସ୍ଥାନକୁ ଯାଇଛନ୍ତି । ସେ ସେଠାରେ ଫିଜିଓଥେରାପି ଚିକିତ୍ସା ନେଉଛନ୍ତି ।

ବିରୋଧୀଙ୍କୁ ଅସହ୍ୟ ହେଲା ଭଳି ଭାଷଣ ଦେଇ ଗଲା କିଛି ସପ୍ତାହ ହେଲା ଚର୍ଚ୍ଚାରେ ରହିଛନ୍ତି ସିଦ୍ଧୁ । ମୋଦିଙ୍କୁ କଳା ଇଂରେଜ, ନବବଧୂ ଭଳି ଚୁଡି ଝଣଝଣ ଅଧିକା ରୁଟି ବେଲିବା କମ କରୁଥିବା ଭଳି ବିବାଦପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ ସିଦ୍ଧୁ । ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନାରେ କଂଗ୍ରେସର ଷ୍ଟାର ପ୍ରଚାରକ ରହିଛନ୍ତି ସିଦ୍ଧୁ । ସିଦ୍ଧୁଙ୍କୁ ଏହା ପୂର୍ବରୁ ଡିସେମ୍ବର 2108ରେ ଗଳା ସଂକ୍ରମଣ ହୋଇଥିଲା ।

ABOUT THE AUTHOR

...view details