ଭୁବନେଶ୍ବର: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ । ଏହି ସାକ୍ଷାତକାରରେ ଅସମ୍ପୂର୍ଣ୍ଣ ଥିବା ପେଟ୍ରୋଲ ଓ ଇସ୍ପାତ ପ୍ରକଳ୍ପ ଉପରେ ଆଲୋଚନା ହୋଇପାରେ ।
ଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ରଙ୍କ ଭେଟଘାଟ - ନବୀନ-ଧର୍ମେନ୍ଦ୍ର
ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଭେଟଘାଟ ସମୟରେ ଓଡିଶାର ଅସମ୍ପୂର୍ଣ୍ଣ ପ୍ରକଳ୍ପ ସମ୍ବନ୍ଧରେ ଆଲୋଚନା କରିବେ ।
ଡିଜାଇନ ଫଟୋ
ସୂଚନାଥାଉକି, ଆଜି ସନ୍ଧ୍ୟା 6ଟାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ଗତ 9 ତାରିଖରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହା ପୂର୍ବରୁ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସାରିଛନ୍ତି ।
Last Updated : Jun 14, 2019, 9:53 AM IST