ପାନାଜୀ: ଗୋଆରେ ଭାରତର ହାଲୁକା ଯୁଦ୍ଧ ବିମାନ ତେଜସର ହେଲା ପ୍ରଥମ ସଫଳ ଆରେଷ୍ଟ ଲ୍ୟାଣ୍ଡିଂ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ DRDO ପକ୍ଷରୁ ଏଲସିଏ ତେଜସର ଆରେଷ୍ଟ ଲ୍ୟାଣ୍ଡିଂ ତଥା କମ ସ୍ଥାନରେ ଲ୍ୟାଣ୍ଡିଂର ସଫଳ ପରୀକ୍ଷଣ କରାଯାଇଛି ।
ଖୁବ କମସ୍ଥାନରେ ଅବତରଣ କରିବ ତେଜସ, ଗୋଆରେ ସଫଳ ପରୀକ୍ଷଣ - ଡିଆରଡିଓ
ଡିଆରଡିଓକୁ ବଡ ସଫଳତା । ଗୋଆରେ ଏଲସିଏ ତେଜସର ପ୍ରଥମ ଆରେଷ୍ଟ ଲ୍ୟାଣ୍ଡିଂ ସଫଳ । ବହୁତ କମ ସ୍ଥାନରେ ଅବତରଣ କରିବା କ୍ଷମତା ରଖିଛି ଏହି ବିମାନ ।
ଫାଇଲ ଫଟୋ
ଭିଡିଓ ସୌଜନ୍ୟ: ଏଏନଆଇ
ହାଲୁକା ଯୁଦ୍ଧ ବିମାନ ତେଜସକୁ ନୌସେନାରେ ସାମିଲ କରିବା ଦିଗରେ ଏହି ପରୀକ୍ଷଣକୁ ଏକ ବଡ ସଫଳତା ଭାବେ ଦେଖାଯାଇପାରେ । ବହୁତ କମ ଦୂରତାରେ ଅଟକିବାର କ୍ଷମତା ଏହି ବିମାନର ବଡ ବିଶେଷତ୍ବ ହୋଇଥିବା ବେଳେ ଏହା ଅବତରଣ ପାଇଁ ବହୁତ କମ ଜାଗା ନିଏ ।