ପାଟନା: ବିହାର ନିର୍ବାଚନକୁ ଆଉ ମାତ୍ର ହାତ ଗଣତି କିଛି ଦିନ ଥିବା ବେଳେ ପୁଣି ସକ୍ରିୟ ହୋଇଛନ୍ତି ଅପରାଧୀ । ଅପରାଧୀଙ୍କ ଟାର୍ଗେଟରେ ପୁଣି ଜଣେ ରାଜନେତା । ବିହାର ବିଧାନସଭା ନିର୍ବାଚନ ପାଇଁ ଆରଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ନାରାୟଣ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ଅଶାନ୍ତ ବିହାର, ବିଧାୟକ ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା - Narayan Singh shot dead
ବିହାର ନିର୍ବାଚନକୁ ଆଉ ମାତ୍ର ହାତ ଗଣତି କିଛି ଦିନ ଥିବା ବେଳେ ପୁଣି ସକ୍ରିୟ ହୋଇଛନ୍ତି ଅପରାଧୀ । ବିଧାୟକ ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ବିଧାୟକ ପାର୍ଥୀଙ୍କୁ ଗୁଳି କରି ହତ୍ୟା
ମଳିଥିବା ସୂଚନା ଅନୁସାରେ ବିହାରର ଶିବହର ଜିଲ୍ଲାର ହାଥସର ଗାଁରେ ଏହି ଗୁଳିକାଣ୍ଡ ହୋଇଛି । ଗୁରୁତ୍ତର ଅବସ୍ଥାରେ ନାରାୟଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ହତ୍ୟାକାଣ୍ଡ ରାଜନୈତିକ ଶତ୍ରୁତା କାରଣରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସ୍ଥାନୀୟ ଏସଡିପିଓ ରାକେଶ କୁମାର ଏହି ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ