ଓଡିଶା

odisha

ETV Bharat / bharat

କାଶ୍ମୀର ଗଳିରେ ଡୋଭାଲ; ସ୍ଥିତି ପଚାରିଲେ, ସାଙ୍ଗରେ ଖାଇଲେ

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବାପରେ ଅଜିତ ଡୋଭାଲ ସୋପିଆନ ଗସ୍ତ କରିଛନ୍ତି । ସେଠାରେ ସେ କାଶ୍ମୀରବାସୀଙ୍କୁ ଭେଟିବା ସହ ସେମାନଙ୍କ ସହ ଖାଦ୍ୟ ବି ଖାଇଛନ୍ତି ।

By

Published : Aug 7, 2019, 7:25 PM IST

ଫଟୋ ସୌଜନ୍ୟ: ଟ୍ବିଟର@ANI

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ କେନ୍ଦ୍ର ସରକାରଙ୍କ ଧାରା 370 ଉଚ୍ଛେଦ କରିବା ନିଷ୍ପତ୍ତିରେ ଖୁସି ନୁହନ୍ତି ଜମ୍ମୁ-କାଶ୍ମୀରବାସୀ । ଏପରିକି କ୍ରୋଧରେ ସେମାନେ କୌଣସି ହିଂସାତ୍ମକ କାର୍ଯ୍ୟକଳାପ କରିପାରନ୍ତି । ଏଭଳି କିଛି ଆଶଙ୍କା ଘାରିଥିଲା ଲୋକଙ୍କ ମନରେ । ସୋଲିଆଲ ମିଡିଆରେ ମଧ୍ୟ ଏଭଳି ଗୁଜବ ଘୁରି ବୁଲିଥିଲା । କିନ୍ତୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ କାଶ୍ମୀରବାସୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଏଭଳି ଗୁଜବକୁ ଭୁଲ ପ୍ରମାଣିତ କରୁଛି ।

ଭିଡିଓ ସୌଜନ୍ୟ: ଟ୍ବିଟର@ANI

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବାପରେ ଅଜିତ ଡୋଭାଲ ସୋପିଆନ ଗସ୍ତ କରିଛନ୍ତି । ସେଠାରେ ସେ କାଶ୍ମୀରବାସୀଙ୍କୁ ଭେଟିଛନ୍ତି । ସେମାନଙ୍କ ସହ ସେ କାଶ୍ମୀର ଗଳିରେ ବୁଲି ଧାରା 370 ଉଚ୍ଛେଦ ପ୍ରସଙ୍ଗ ଉପରେ ଆଲୋଚନା ମଧ୍ୟ କରୁଥିବା ନଜର ଆସିଛନ୍ତି । ଏପରିକି ଡୋଭାଲ ସେମାନଙ୍କ ସହ ମିଶି ଖାଇଛନ୍ତି ।

ତେବେ କାଶ୍ମୀରର ଭିନ୍ନ ଭିନ୍ନ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ଡୋଭାଲ । ସେ ଜମ୍ମୁ-କାଶ୍ମୀରର ପୋଲିସ ଅଧିକାରୀଙ୍କ ସହ ସାକ୍ଷାତ କରିଛନ୍ତି । ଏହାପରେ ସେ ସେଠାରେ ନିୟୋଜିତ ଯବାନଙ୍କ ସହ ଆଲୋଚନା କରିଛନ୍ତି ।

ABOUT THE AUTHOR

...view details