ଓଡିଶା

odisha

ETV Bharat / bharat

କମଲେଶ ତିୱାରୀ ହତ୍ୟା ମାମଲା: 2 ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ

ହିନ୍ଦୁ ସମାଜ ପାର୍ଟି ନେତା କମଲେଶ ତିୱାରୀଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଛି ବୋଲି ଅଧିକାରୀମାନେ ସୋମବାର କହିଛନ୍ତି। ଅଧିକ ପଢନ୍ତୁ...

By

Published : Jun 22, 2020, 8:45 PM IST

କମଲେଶ ତିୱାରୀ ହତ୍ୟା ମାମଲା: 2 ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ
କମଲେଶ ତିୱାରୀ ହତ୍ୟା ମାମଲା: 2 ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ

ଲକ୍ଷ୍ନୌ: ହିନ୍ଦୁ ସମାଜ ପାର୍ଟି ନେତା କମଲେଶ ତିୱାରୀଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଛି ବୋଲି ଅଧିକାରୀମାନେ ସୋମବାର କହିଛନ୍ତି। ଜେଲ ଅଧିକାରୀଙ୍କ ଅନୁଯାୟୀ, ଅଭିଯୁକ୍ତ ୟୁସୁଫ ଖାନ ଏବଂ ସୟଦ ଅସୀମ ଅଲିଙ୍କୁ ଜାତୀୟ ସୁରକ୍ଷା ଆଇନ(ଏନଏସଏ) ନୋଟିସ ଜାରି କରାଯାଇଥିଲା । ଆଜି ଉଭୟଙ୍କୁ ଲକ୍ଷ୍ନୌ ଜେଲରେ ରଖାଯାଇଛି ।

ଗତ ବର୍ଷ ଅକ୍ଟୋବର 18 ରେ ଲକ୍ଷ୍ନୌର ନାକା ଅଞ୍ଚଳରେ ଏମାନେ ତିୱାରୀଙ୍କୁ ଗୁଳିମାଡ କରିଥିଲେ । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ତିୱାରୀଙ୍କ ମୃତ୍ୟୁ ହୋଇଥିଲା । ଏହି ହତ୍ୟା ମାମଲାରେ ଉତ୍ତରପ୍ରଦେଶ ପୋଲିସ ପୂର୍ବରୁ 13 ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିସାରିଛି ।

@ANI

ABOUT THE AUTHOR

...view details