ନୂଆଦିଲ୍ଲୀ: ମୋଦି ସରକାର ବ୍ୟବସାୟୀଙ୍କ ପାଇଁ ଆରମ୍ଭ କରିଥିବା ପେନସନ ଯୋଜନାରେ ପଞ୍ଜିକୃତ ହେବାପାଇଁ ବ୍ୟନସାୟୀମାନେ ଆଗ୍ରହ ଦେଖାଉ ନଥିବା ଦେଖିବାକୁ ମିଳିଛି । 2019 ସେପଟେମ୍ବର 12 ତାରିଖ ଝାଡ଼ଖଣ୍ଡ ରାଞ୍ଚିରେ ଛୋଟ ବ୍ୟବସାୟୀଙ୍କୁ ପେନସନ ପ୍ରଦାନ କରିଥିଲେ। ସେବେଠାରୁ ଏବେଯାଏ ଅର୍ଥାତ 318 ଦିନରେ ମାତ୍ର 40 ହଜାର 688 ବ୍ୟବସାୟୀ ଏହି ଯୋଜନାରେ ଯୋଗ ଦେଇଛନ୍ତି। ଯାହା ଯୋଜନାର ଫଳପ୍ରଦ ନୁହେଁ ବୋଲି ଜଣାପଡିଛି।
ପେନସନ ଯୋଜନାରେ ପଞ୍ଜିକୃତ କଲେ 40, 688 ବ୍ୟବସାୟୀ - pradhan mantri laghu vyapari maan dhan yojana
ମୋଦି ସରକାର ବ୍ୟବସାୟୀଙ୍କ ପାଇଁ ଆରମ୍ଭ କରିଥିବା ପେନସନ ଯୋଜନାରେ ପଞ୍ଜିକୃତ ହେବାପାଇଁ ବ୍ୟବସାୟୀମାନେ ଆଗ୍ରହ ଦେଖାଉ ନଥିବା ଦେଖିବାକୁ ମିଳିଛି । 318 ଦିନରେ ମାତ୍ର 40 ହଜାର 688 ବ୍ୟବସାୟୀ ଏହି ଯୋଜନାରେ ଯୋଗ ଦେଇଛନ୍ତି। ଯାହା ଯୋଜନାର ଫଳପ୍ରଦ ନୁହେଁ ବୋଲି ଜଣାପଡିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ବୃଦ୍ଧାବସ୍ଥାରେ ବ୍ୟବସାୟୀମାନେ କାହା ଆଗରେ ହାତ ପତାଇବାକୁ ପଡିବ ନାହିଁ ବୋଲି ଏହି ଯୋଜନା ଆରମ୍ଭ କରାଯାଇଥିଲା। ବ୍ୟବସାୟୀଙ୍କ ପେନ୍ସନ୍ ଯୋଜନା ଅଧୀନରେ ଉତ୍ତରପ୍ରଦେଶରେ ସର୍ବାଧିକ ପଞ୍ଜିକରଣ ରହିଛି। ଏଠାରେ 11270 ବ୍ୟବସାୟୀ ଏହି ଯୋଜନାରେ ଯୋଗ ଦେଇଛନ୍ତି । ଦ୍ୱିତୀୟ ସଂଖ୍ୟା ହେଉଛି ଛତିଶଗଡ, ଯେଉଁଠାରେ 6219 ଜଣ ପଞ୍ଜୀକୃତ ହୋଇଛନ୍ତି।
ଆନ୍ଧ୍ରପ୍ରଦେଶରେ 5718 ରେଜିଷ୍ଟ୍ରେସନ ଅଛି । ଏହି ଯୋଜନାରେ କେବଳ ଗୁଜୁରାଟର 3172 ଲୋକ ଏବଂ ହରିୟାଣାର 1824 ଲୋକ ଯୋଗ ଦେଇଛନ୍ତି। ସେଠାରେ 26 ରୁ 35 ବର୍ଷରୁ ଅଧିକ ପୁରୁଣା ବ୍ୟବସାୟୀ ଅଛନ୍ତି ଯେଉଁମାନେ ପଞ୍ଜିକରଣ କରିଛନ୍ତି, ହେଲେ ପୁରା ଦେଶର କଥା କହିବାକୁ ଗଲେ ଏହା ସମ୍ପୂର୍ଣ୍ଣ ଭାବେ ଫଳପ୍ରଦ ହୋଇପାରି ନାହିଁ ଯାହା ଚିନ୍ତାର ବିଷୟ ପାଲଟିଛି।