ହାଇଦ୍ରାବାଦ: ଭାରତରେ କୋଭିଡ-19 ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ ଏପର୍ଯ୍ୟନ୍ତ 1 ଲକ୍ଷ 80 ହଜାରରୁ ଅଧିକ କୋରୋନା ଭାଇରସ ଆକ୍ରାନ୍ତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ଏଥିସହ 5000 ରୁ ଅଧିକ ମୃତ୍ୟୁ ଘଟିଛି। ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ହାରାହାରି ଦୈନିକ ମାମଲା ଗୁଡିକ ମେ ମାସ ଆରମ୍ଭରେ 2000 ରୁ ଦିନକୁ ପ୍ରାୟ 8000 କୁ ବୃଦ୍ଧି ପାଇଛି ।
କୋଭିଡ-19 ରୋଗୀଙ୍କ ସଂଖ୍ୟା ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଗୁଜୁରାଟ ଓ ରାଜସ୍ଥାନ ଅଧିକ । ଲକଡାଉନ୍ 4.0 ଶେଷରେ ସରକାର କଣ କରିବା ଉଚିତ ତାହା ଉପରେ ନାଗରିକଙ୍କ ମତ ପାଇବା ପାଇଁ ଲୋକାଲ୍ ସର୍କଲ୍ ଏକ ସର୍ଭେ କରିଥିଲା । ଏହି 2-ପୋଲ୍ ସର୍ଭେରେ 221 ଜିଲ୍ଲାର 18 ହଜାର ଭୋଟ୍ ସଂଗ୍ରହ କରାଯାଇଥିଲା । ଲୋକେ ପରସ୍ପର ସହ ପ୍ରତିଦିନ କୋଭିଡ-19 ଅପଡେଟ୍ ନେଇ ଆଲୋଚନା କରନ୍ତି । ସର୍ଭେ କରିବା ପରେ ଲୋକାଲ୍ ସର୍କଲ୍ 237 ଜିଲ୍ଲାରୁ ପ୍ରାୟ 40 ହଜାର ପ୍ରତିକ୍ରିୟା ପାଇଥିଲା ।
କୋଭିଡ-19 ପ୍ରତିକାର ଓ ସତର୍କତା ନେଇ ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା । ପ୍ରାୟ 7 ପ୍ରତିଶତ କହିଥିଲେ ଯେ, ସେମାନେ ପ୍ରାୟ 1 ପ୍ରତିଶତ ସଂକ୍ରମିତଙ୍କ ସମ୍ପର୍କରେ ଆସିଥିଲେ । ସେମାନେ ହୁଏତ ତାଙ୍କର ପରିବାର ଲୋକ କିମ୍ବା ସମ୍ପର୍କିୟ ହୋଇଥାନ୍ତି । 89 ପ୍ରତିଶତ ଲୋକ ସଂକ୍ରମିତ ଲୋକଙ୍କ ସମ୍ପର୍କରେ ଆସିନାହାଁନ୍ତି ।
ଅନେକ ନାଗରିକ ଗୁଣବତ୍ତା ଦୃଷ୍ଟିରୁ ସରକାରୀ ଡାକ୍ତରଖାନା ଅପେକ୍ଷା ଦେଶର ଘରୋଇ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଭଲ ବୋଲି ବିବେଚନା କରନ୍ତି। ମେଟ୍ରୋ କିମ୍ବା ସହର ମାନଙ୍କରେ ସରକାରୀ ଡାକ୍ତରଖାନା ଅସ୍ବଚ୍ଛ ଓ ରକ୍ଷଣାବେକ୍ଷଣା ନଥିବା ନେଇ ବିବେଚନା କରାଯାଏ । କୋରୋନା ସଂକ୍ରମିତ ହେଲେ ପ୍ରଥମେ କେଉଁଠିକି ଯିବାକୁ ପସନ୍ଦ କରିବେ ବୋଲି ଯେତେବେଳେ ପଚରା ଗଲା । ପ୍ରାୟ 32 ପ୍ରତିଶତ ନାଗରିକ ପ୍ରାଇଭେଟ ହସ୍ପିଟାଲ ଯିବାକୁ କହିଥିଲେ ଓ 22 ପ୍ରତିଶତ ସରକାରୀ ହସ୍ପିଟାଲ ଯିବାକୁ କହିଥିଲେ । ଅନ୍ୟପକ୍ଷେ 32 ପ୍ରତିଶତ ହସ୍ପିଟାଲ ଯିବେନି ବୋଲି କହିଥିଲେ ।
ଭାରତରେ କୋଭିଡ-19 ସ୍ଥିତି ମାର୍ଚ୍ଚ 2020ରୁ ଆରମ୍ଭ ହୋଇଛି । କେବଳ ସରକାରୀ ଡାକ୍ତରଖାନାରେ ପ୍ରଥମେ କୋଭିଡ-19 ସୁବିଧା କରାଯାଇଥିଲା । ଏହାପରେ କିଛିଟା ପ୍ରାଇଭେଟ ହସ୍ପିଟାଲରେ ଏହି ସୁବିଧା ଦିଆଯାଇଥିଲା ।