ଶ୍ରୀନଗର: ସାଧାରଣଙ୍କ ଲୋକଙ୍କ ପାଇଁ ପ୍ରତ୍ୟେକ ସପ୍ତାହର 2 ଦିନ ବନ୍ଦ ରହିବ ଜମ୍ମୁ-ଶ୍ରୀନଗର- ବାରମୂଲା ରାଜମାର୍ଗ । ସପ୍ତାହର ବୁଧବାର ଓ ରବିବାର ରାଷ୍ଟ୍ରମାର୍ଗ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଆଜିଠାରୁ ଏହା ଲାଗୁ ହୋଇଛି ।
ସପ୍ତାହକୁ 2 ଦିନ ବନ୍ଦ ବାରମୂଲା ରାଜମାର୍ଗ - closed
ଆସନ୍ତା ମେ’ 31 ପର୍ଯ୍ୟନ୍ତ ସପ୍ତାହର ପ୍ରତ୍ୟେକ ବୁଧବାର ଓ ରବିବାର ଜମ୍ମୁ-ଶ୍ରୀନଗର- ବାରମୂଲା ରାଜମାର୍ଗ ବନ୍ଦ ରହିବ।

ଫାଇଲ ଫଟୋ
ଏହି ନିଷ୍ପତ୍ତି ଅନୁସାରେ, ଆସନ୍ତା ମେ’ 31 ତାରିଖ ପର୍ଯ୍ୟନ୍ତ ସପ୍ତାହର ପ୍ରତ୍ୟେକ ବୁଧବାର ଓ ରବିବାର ରାଜମାର୍ଗ ବନ୍ଦ ରଖାଯିବ । ଫଳରେ ଏହି ରାସ୍ତାରେ ସାଧାରଣ ଲୋକେ ଯାତାୟତ କରି ପାରିବେ ନାହିଁ। ଜଣେ ଅଧିକାରୀ କହିଛନ୍ତି, ରାଜମାର୍ଗକୁ ସଂଯୋଗ କରୁଥିବା ସମସ୍ତ ଛକ ମାନଙ୍କରେ ପୋଲିସ ଓ ସିଆରପିଏଫ କର୍ମଚାରୀଙ୍କୁ ମୂତୟନ କରାଯାଇଛି। ଆଗକୁ ନିର୍ବାଚନ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏଥିସହ ଶ୍ରୀନଗରକୁ ଜରିଆରେ ଉଦ୍ଧମପୁର ଠାରୁ ବାରମୂଲା ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯିବ।
Last Updated : Apr 7, 2019, 3:32 PM IST