ଓଡିଶା

odisha

By

Published : Jul 5, 2020, 8:36 AM IST

ETV Bharat / bharat

ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା, ଖସିଲା ପାରଦ

ଦିଲ୍ଲୀ ଏନସିଆରର କିଛି ଅଂଶରେ ସକାଳୁ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ରାଜଧାନୀରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଛି । IMD ଅନୁଯାୟୀ ଜାତୀୟ ରାଜଧାନୀରେ ସର୍ବାଧିକ ତାପମାତ୍ରା ଶନିବାର 39.8 ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି । ତେବେ ବର୍ଷା ପରେ ତାପମାତ୍ରା ପ୍ରାୟ 28- ଡିଗ୍ରୀ ସେଲସିୟସକୁ ଖସି ଆସିଛି ।

ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା, ଖସିଲା ପାରଦ
ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା, ଖସିଲା ପାରଦ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରର କିଛି ଅଂଶରେ ସକାଳୁ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ରାଜଧାନୀରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଛି । ଏହାସହ ଆଇଏମଡି ମଧ୍ୟ ପୂର୍ବାନୁମାନ କରିଛି ଯେ ଦିଲ୍ଲୀରେ ମଧ୍ୟମ ବର୍ଷା ସହିତ ମେଘୁଆ ଆକାଶ ଦେଖିବାକୁ ମିଳିବ ।

ରବିବାର ସକାଳେ ଆଇଏମଡି ଟ୍ବିଟ କରି କହିଛି ଯେ, ବର୍ଷା ଏବଂ ପବନର ବେଗ 20-50 KMPH ସହିତ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଜାରି ରହିବ। ଗତ ସପ୍ତାହେ ଧରି ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଦିଲ୍ଲୀ-ଏନସିଆର ବାସୀଙ୍କୁ ବର୍ଷା ଏବେ ଏକ ପ୍ରକାର ଆରାମ ଦେଇଛି ।

IMD ଅନୁଯାୟୀ ଜାତୀୟ ରାଜଧାନୀରେ ସର୍ବାଧିକ ତାପମାତ୍ରା ଶନିବାର 39.8 ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି । ତେବେ ବର୍ଷା ପରେ ତାପମାତ୍ରା ପ୍ରାୟ 28- ଡିଗ୍ରୀ ସେଲସିୟସକୁ ଖସି ଆସିଛି ଏବଂ ରବିବାର ଦିନ ସର୍ବାଧିକ ତାପମାତ୍ରା 36 ଡିଗ୍ରୀ ସେଲସିୟସକୁ ଖସି ଆସିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

@ ANI

ABOUT THE AUTHOR

...view details