ମୁମ୍ବାଇ: ନିକଟରେ ଭାଲେଣ୍ଟାଇନସ୍ ଡେ’ ଅବସରରେ ମହାରାଷ୍ଟ୍ର କଲେଜ ଛାତ୍ରୀଙ୍କୁ ପ୍ରେମ ବିବାହ ନକରିବା ପାଇଁ ଶପଥ ଦିଆଯିବାକୁ ନେଇ ଚର୍ଚ୍ଚା ହୋଇଥିଲା । ଘଟଣାକୁ ବିରୋଧ କରି ରାଜନୀତି ଜୋର ଧରିବାକୁ ଲାଗିଛି । ଏପରି ସ୍ଥିତିରେ ଜାତୀୟ ସାହସିକତା ପୁରସ୍କାର ବିଜେତା ଜେନ ସଦାବର୍ତ୍ତେ ଏହି ଘଟଣା ବିରୋଧରେ ଅତିରିକ୍ତ ପୋଲିସ ନିର୍ଦ୍ଦେଶକଙ୍କୁ ଭେଟି ଅଭିଯୋଗ ଦାଖଲ କରିଛନ୍ତି ।
ଭାଲେଣ୍ଟାଇନସ୍ ଡେ’ ଅବସରରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ଏକ କଲେଜ ଛାତ୍ରୀଙ୍କୁ ପ୍ରେମ ବିବାହ ନ କରିବାକୁ ଶପଥ ଦିଆଯାଇଥିଲା । ଶପଥ ଗ୍ରହଣର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି । ବିଜେପି ନେତ୍ରୀ ତଥା ପୂର୍ବତନ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପଙ୍କଜା ମୁଣ୍ଡେ ଏହି ଶପଥ ଗ୍ରହଣକୁ ନେଇ ଆପତ୍ତି ଜାହିର କରିବା ସହ ଏହା ଉପରେ ପ୍ରଶ୍ନ ଉଠାଇଥିଲେ । କେବଳ ଝିଅଙ୍କୁ ହିଁ କଣ ପାଇଁ ଶପଥ ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ପଙ୍କଜା ।