ଓଡିଶା

odisha

ETV Bharat / bharat

ଆତଙ୍କବାଦ ସମସ୍ୟା: ଶାହଙ୍କ ଫୋକସରେ ଜିରୋ ଟଲେରାନ୍ସ ନୀତି

ମୋଦି ସରକାର-2ରେ ଅମିତ ଶାହଙ୍କୁ ଗୃହ ବିଭାଗ ଭଳି ଅତି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି । ପ୍ରଧାନମନ୍ତ୍ରୀ ଦେଶର ବଡ ସମସ୍ୟା ଆତଙ୍କବାଦକୁ ମୂଳରୁ ଶେଷ କରିବାକୁ ବିଜେପିର ଚାଣକ୍ୟ କୁହାଯାଉଥିବା ଷ୍ଟ୍ରାଟେଜି ମେକର ଶାହଙ୍କ ଉପରେ ଭରସା କରିଛନ୍ତି ।

ଫାଇଲ ଫଟୋ

By

Published : Jun 1, 2019, 7:48 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଦ୍ବିତୀୟଥର ପାଇଁ ଦାୟତ୍ବ ନେଇଛନ୍ତି ନରେନ୍ଦ୍ର ମୋଦି । ଏଥିସହ ମୋଦିଙ୍କ କ୍ୟାବିନେଟରେ ପ୍ରଥମଥର କରି ସାମିଲ ହୋଇଥିବା ଅମିତ ଶାହଙ୍କୁ ଗୃହ ବିଭାଗ ଭଳି ଅତି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି । ଗୃହମନ୍ତ୍ରୀ ହେବା ପରେ ଆତଙ୍କବାଦ, ନକ୍ସଲବାଦ ଓ ବିଭାଜନ ବିରୋଧରେ ମୋଦି ସରକାରଙ୍କ ଜିରୋ ଟଲେରାନ୍ସ ନୀତି ଉପରେ ଅଧିକ ଗୁରୁତ୍ବ ଦେବେ ଅମିତ ଶାହ ।

ତେବେ ବିଗତ 5ବର୍ଷ ମଧ୍ୟରେ ଆତଙ୍କୀ ଓ ହିଂସା କିଛି ମାତ୍ରାରେ ହ୍ରାସ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ମୂଳପୋଛ ହୋଇପାରିନି । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଏହି ବଡ ସମସ୍ୟାକୁ ମୂଳରୁ ଶେଷ କରିବାକୁ ବିଜେପିର ଚାଣକ୍ୟ କୁହାଯାଉଥିବା ଷ୍ଟ୍ରାଟେଜି ମେକର ଶାହଙ୍କ ଉପରେ ଭରସା କରିଛନ୍ତି ।

କେବଳ ଏତିକି ନୁହେଁ ସବକା ସାଥ ସବକା ବିକାଶର ନାରା ଦେଉଥିବା ମୋଦି ସରକାର ଏବେ ସବକା ବିକାଶ ସହ ସବକା ବିଶ୍ବାସ ମଧ୍ୟ ଜିତିବାରେ ସମର୍ଥ୍ୟ ହୋଇଛନ୍ତି । ଯେଉଁଥିରେ ଅମିତ ଶାହଙ୍କ କୂଟନୀତି ଐତିହାସିକ ବିଜୟ ହାସଲ କରିବାରେ ମୋଦିଙ୍କୁ ବେଶ ସାହା ହୋଇଛି ।

ବାରମ୍ବାର ସୀମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହେଉଛି । ଗୁଜୁରାଟ ଗୋଦ୍ରା କାଣ୍ଡ ଓ ଦଙ୍ଗା ସମୟରେ ଧାର୍ମିକ ଆଧାରରେ ଗୁଜୁରାଟ ବିଭାଜିତ ଭଳି ପରିସ୍ଥିତି ଉପୁଜିଥିଲା । ଆଉ ସେହି ସମୟରେ ଶାହ ଗୃହମନ୍ତ୍ରୀ ଦାୟିତ୍ବରେ ଥାଇ ଏଭଳି ସ୍ଥିତିକୁ ଖୁବଭଲ ଭାବେ ନିୟନ୍ତ୍ରିତ କରିଥିଲେ । ସେ 2003ରୁ 2010 ମଧ୍ୟରେ ଗୁଜୁରାଟର ଗୃହମନ୍ତ୍ରୀ ରହିଥିଲେ । ଆଉ ସେହି ସମୟରେ ସେଭଳି କୌଣସି ଘଟଣାର ପୁନରାବୃତ୍ତି ହୋଇ ନଥିଲା । ଏହି ବିଶ୍ବାସରେ ମୋଦି ଗୃହ ବିଭାଗ ଭଳି ଅତି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବ ଶାହଙ୍କୁ ଦେଇଛନ୍ତି । ତେବେ ପୂର୍ବରୁ ଗୃହ ବିଭାଗ ସମ୍ଭାଳିବାର ଅଭିଜ୍ଞତା ଥିବା ଶାହ ଏଥର କିଭଳି ମୋଦି 2.0ରେ କମାଲ କରୁଛନ୍ତି ତାହା ଆଗାମୀ ସମୟ କହିବ ।

ABOUT THE AUTHOR

...view details