ଓଡିଶା

odisha

By

Published : Dec 3, 2019, 3:12 PM IST

ETV Bharat / bharat

ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ଆଇନଜୀବୀ ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ବିକ୍ଷୋଭ

ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟ ପରିସରରେ ଆଇନଜୀବୀ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ପକ୍ଷରୁ ବିକ୍ଷୋଭ ପ୍ରତିବାଦ କରାଯାଇଛି ।

Nationwide protests erupt against Hyderabad vet's rape-murder
ଫଟୋ ସୌଜନ୍ୟ: ବ୍ୟୁରୋ ଇଟିଭି

ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଭଳି ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଚାରିଆଡେ ଏହି ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି କ୍ରମରେ ସୋମବାର ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟ ପରିସରରେ ଆଇନଜୀବୀ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ପକ୍ଷରୁ ବିକ୍ଷୋଭ ପ୍ରତିବାଦ କରାଯାଇଛି । ଏଥିରେ ଶତାଧିକ ଆଇନଜୀବୀ ସାମିଲ ହୋଇ ହାତରେ ପ୍ଲା କାର୍ଡ ଓ ମହମବତୀ ଧରି ପୀଡିତାଙ୍କ ପାଇଁ ନ୍ୟାୟ ଦାବି କରିବା ସହ ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଇଟିଭି

ସୂଚନାଯୋଗ୍ୟ, ଗତ ଗୁରୁବାର ଜଣେ ମହିଳା ପଶୁ ଡାକ୍ତରଙ୍କୁ ପ୍ରଥମେ ଗଣଦୁଷ୍କର୍ମ ଓ ପରେ କିରୋସିନ ଢ଼ାଳି ହତ୍ୟା କରାଯାଇଥିଲା । ଏହି ଘଟଣା ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି 4 ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ ରିମାଣ୍ଡରେ ନେଇଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ଇଟିଭି

For All Latest Updates

TAGGED:

ABOUT THE AUTHOR

...view details