ନୂଆଦିଲ୍ଲୀ: ଅହମ୍ମଦାବାଦରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟରେ କୋରୋନା ମାମଲା ବଢିବାରେ ଲାଗିଥିବା ନେଇ ବୁଧବାର ଗୁଜୁରାଟ କଂଗ୍ରେସ ମୁଖ୍ୟ ଅମିତ ଚାଭଡା ଅଭିଯୋଗ କରିଥିଲେ । ଏହାପରେ ରାଜ୍ୟ କଂଗ୍ରେସ ପକ୍ଷରୁ ମଧ୍ୟ ଫେବୃଆରୀ 24ର ଏହି କାର୍ଯ୍ୟକ୍ରମ ପାଇଁ ଦେଶ ମୂଲ୍ୟ ଦେଉଛି ବୋଲି କୁହାଯାଇଛି । ଏନେଇ କଂଗ୍ରେସ ପକ୍ଷରୁ ଟ୍ବିଟରରେ ପ୍ରକାଶ କରାଯାଇଛି ।
ଗୁଜୁରାଟ କଂଗ୍ରେସ ପକ୍ଷରୁ ଟ୍ବିଟରରେ କୁହାଯାଇଛି, ‘ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପାଇଁ ଅହମ୍ମଦାବାଦ ରାଜ୍ୟର କୋରୋନା ହଟସ୍ପଟ ପାଲଟିଛି ।’ ସହରରେ ଏଥିପାଇଁ 73 ପ୍ରତିଶତ ମୃତ୍ୟୁ ହୋଇଥିବା କଂଗ୍ରେସ ଅଭିଯୋଗ ଆଣିଛି ।