ଓଡିଶା

odisha

ETV Bharat / bharat

ମିଶନ ଶକ୍ତି; ମହାକାଶ ଆବର୍ଜନାକୁ ନେଇ ଚିନ୍ତିତ ନାସା

ଭାରତର ମିଶନ ଶକ୍ତିକୁ ଘାତକ କହିଲା ନାସା। ମହାକାଶରେ ଆବର୍ଜନା ବଢୁଥିବା ବେଳେ ମିଶାଇଲ ପରୀକ୍ଷଣ ପରେ ମହାକାଶରେ ପଡିରହିଛି 400 ଧ୍ବଂସାବଶେଷ । ଯାହା ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ନାସା କହିଛି ।

ଫଟୋ ସୌଜନ୍ୟ: ଇଟିଭା ଭାରତ

By

Published : Apr 2, 2019, 2:04 PM IST

ନୂଆଦିଲ୍ଲୀ: ଭାରତର ମିଶନ ଶକ୍ତିକୁ ନେଇ ଚିନ୍ତାଜନକ ପ୍ରତିକ୍ରିୟା ଦେଇଛି ନାସା । ଆଣ୍ଟି-ସାଟେଲାଇଟ ମିଶାଇଲର ଟେଷ୍ଟକୁ ଘାତକପୂର୍ଣ୍ଣ କହିଲା ନାସା । ମିଶାଇଲ ପରୀକ୍ଷଣ ପରେ ମହାକାଶରେ ପଡିରହିଛି ପାଖାପାଖି 400 ଧ୍ବଂସାବଶେଷ । ଯାହା ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିପାରେ ବୋଲି ନାସା କହିଛି ।

ଭାରତୀୟ ଆଣ୍ଟି ସାଟେଲାଇଟ ଟେଷ୍ଟ ହେବାର କିଛି ଦିନ ପରେ ନାସା ପକ୍ଷରୁ ଏହି ବୟାନ ଆସିଛି । ନାସାର ମୁଖ୍ୟ ଜିମ ବ୍ରେଡେନ୍ସଷ୍ଟାଇନ କହିଛନ୍ତି, ଏହି ଟୁକୁରା ଏତେ ବଡ ନୁହେଁ ଯେ, ଏହାକୁ ଟ୍ରାକ କରାଯାଇପାରିବ । ବର୍ତ୍ତମାନ କେବଳ 6 ଇଞ୍ଚ(10 ସେମି) କିମ୍ବା ଏହା ଠାରୁ ସାମାନ୍ୟ ବଡ ଟୁକୁରାର ଉପରେ ନଜର ରଖାଯାଉଛି । ଏପରି ଭାବେ ମୋଟ 60ଟି ଟୁକୁରାକୁ ସଂଗ୍ରହ କରାଯାଇଛି ।

ଭାରତର ଏହି ଆଣ୍ଟି-ମିସାଇଲ ସାଟେଲାଇଟ 300 କିମି ଦୂରରେ ଥିବା ଏକ ସ୍ୟାଟେଲାଇକୁ ଟାର୍ଗେଟ କରିଥିଲା । ଯାହା ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନର ଠିକ ତଳେ ରହିଛି । କିନ୍ତୁ ଏହାର 24 ଟୁକୁରା ଇଣ୍ଟରନ୍ୟାସନାଲ ସ୍ପେସ ସେଣ୍ଟରର ଉପରେ ପଡିଥିଲା । ଯାହାକି ବହୁ ବିପଦପୂର୍ଣ୍ଣ ଅଟେ ।


ମହାକାଶରେ ଆଣ୍ଟି ସ୍ୟାଟେଲାଇଟ ମାଡ ହେବା ପରେ ଆଇଏସଏସ ଓ ସ୍ୟାଟେଲାଇଟ ଏବେ ବିପଦପୂର୍ଣ୍ଣ ଥିବା ବେଳେ ଆମେରିକା ସେନା ଏହାର ଟ୍ରାକ କରୁଛି । ବର୍ତ୍ତମାନ 10 ସେମିରୁ ଊର୍ଦ୍ଧ୍ବ ପାଖାପାଖି 23, 000 ବସ୍ତୁକୁ ଟ୍ରାକ କରିବାରେ ସଫଳ ହୋଇଛି ।

ABOUT THE AUTHOR

...view details