ଓଡିଶା

odisha

ETV Bharat / bharat

କୋରୋନାରୁ ରକ୍ଷା କରିବ ହାର ! - coronavirus

ଆମେରିକାର ସ୍ପେସ୍ ଏଜେନ୍ସି ନାସା ମଧ୍ୟ ଏକ ନିଆରା ହାର ପ୍ରସ୍ତୁତ କରିଛି । ଯାହା କୋରୋନା ସଂକ୍ରମଣରୁ ରକ୍ଷା କରିବ ବୋଲି ଦାବି କରାଯାଉଛି । ଏହାର ନାମ ହେଉଛି 'ପଲ୍ସ' । ଅଧିକ ପଢନ୍ତୁ..

କୋରୋନାରୁ ରକ୍ଷା କରିବା ହାର !
କୋରୋନାରୁ ରକ୍ଷା କରିବା ହାର !

By

Published : Jul 2, 2020, 6:01 PM IST

ନୂଆଦିଲ୍ଲୀ: ସାରା ବିଶ୍ବକୁ ଘାରିଛି କୋରୋନା ଭୟ । ଏହି ସଂକ୍ରମଣ ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କୋରୋନାକୁ ପ୍ରତିହତ କରିବା ପାଇଁ ଅନେକ କମ୍ପାନୀ ଏହାର ଟୀକା ବାହର କରିଥିବା ଦାବି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଫଳ ହୋଇନାହାଁନ୍ତି ।

ଆଉ ଏହି ସମୟରେ ଆମେରିକାର ସ୍ପେସ୍ ଏଜେନ୍ସି ନାସା ମଧ୍ୟ ଏକ ନିଆରା ହାର ପ୍ରସ୍ତୁତ କରିଛି । ଯାହା କୋରୋନା ସଂକ୍ରମଣରୁ ରକ୍ଷା କରିବ ବୋଲି ଦାବି କରାଯାଉଛି । ଏହାର ନାମ ହେଉଛି 'ପଲ୍ସ' ।

କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଡାକ୍ତର ଏବଂ ବିଶେଷଜ୍ଞମାନେ ବାରମ୍ବାର ଲୋକଙ୍କୁ ସାବୁନରେ ହାତ ଧୋଇବାକୁ ପରାମର୍ଶ ଦେଉଛନ୍ତି । ଏହାସହ ପାଟି, ନାକ ଏବଂ ଆଖି ଛୁଇଁବା ମଧ୍ୟ ବାରଣ କରାଯାଉଛି । କାରଣ ଏହାଦ୍ବାରା ଶରୀରରେ ଏହି ଜୀବାଣୁ ପ୍ରବେଶ କରିପାରିବ ନାହିଁ । ଏହାକୁ ଧ୍ୟାନରେ ରଖି ନାସା ଏହି ସ୍ବତନ୍ତ୍ର ହାର ପ୍ରସ୍ତୁତ କରିଛି । ଏହାର ବିଶେଷତ୍ବ ​​ହେଉଛି ଯଦି ଆପଣ ନିଜ ହାତକୁ ମୁହଁ ପାଖକୁ ନିଅନ୍ତି ତେବେ ସେହି ସମୟରେ ହାରଟି ଭାଇବ୍ରେଟ ହୋଇଥାଏ ଏବଂ ଆପଣଙ୍କୁ ଏକ ସୂଚନା ଦେଇଥାଏ ଯେ ଆପଣ ଚେହେରାକୁ ସ୍ପର୍ଶ କରନ୍ତୁ ନାହିଁ ।

ଏହି ସ୍ବତନ୍ତ୍ର ହାରଟି ନାସାର ଜେଟ୍ ପ୍ରପୁଲସନ୍ ଲ୍ୟାବ୍ ଦ୍ବାରା ଡିଜାଇନ୍ କରାଯାଇଛି । ଏହା ଏକ 3D ପ୍ରିଣ୍ଟର୍ ସାହାଯ୍ୟରେ ତିଆରି ହୋଇଛି । ବାସ୍ତବରେ, ଏହି ହାରରେ ଏକ ମୁଦ୍ରା ଆକୃତିର ଉପକରଣ ରହିଛି, ଯେଉଁଥିରେ ଇନଫ୍ରାଡ୍ ସେନ୍ସର ଅଛି । ଏଥିରେ ଏକ ତିନି ଭୋଲ୍ଟ ବିଶିଷ୍ଟ ବ୍ୟାଟେରୀ ମଧ୍ୟ ଅଛି ।

ଜେଟ୍ ପ୍ରପୁଲସନ୍ ଲ୍ୟାବ୍ ପକ୍ଷରୁ କୁହାଯାଇଛି ଯେ, କୋରୋନା ଭ୍ୟାକସିନ ନଆସିବା ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରାଯାଇପାରିବ । ଧିରେଧିରେ ଜନଜୀବନ ସ୍ବାଭାବିକ ହେଉଛି । ସମସ୍ତ ନିଜ ନିଜ କାର୍ଯ୍ୟକୁ ଫେରୁଛନ୍ତି । ଯେଉଁ ସମୟରେ ଏହି ହାରଟି ସେମାନଙ୍କ ପାଇଁ ସହାୟକ ହେବ । ଜେଟ୍ ପ୍ରପୁଲସନ୍ ଲ୍ୟାବ୍ ଅନୁଯାୟୀ ଏହାର ମୂଲ୍ୟ ମଧ୍ୟ ବେଶି ନୁହେଁ । ଏହାକୁ ଯେକେହି ବି ସହଜରେ କିଣି ପାରିବେ ।

ABOUT THE AUTHOR

...view details