ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବଢୁଥିବା ପ୍ରଦୂଷଣକୁ ନେଇ ହେଥ୍ଲ ଆଡଭାଇଜାରୀ ଜାରି । ବାୟୁମଣ୍ଡଳ ଏତେ ମାତ୍ରାରେ ବିଷାକ୍ତ ହୋଇଉଠିଛି ଯେ, ନିଶ୍ବାସ ପ୍ରଶ୍ବାସ ନେବା କଷ୍ଟକର ହୋଇପଡିଛି । ଆଉ ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି ଶସ୍ୟକ୍ଷେତରେ ନଡା ଜାଳିବା । ପଡୋଶୀ ରାଜ୍ୟରେ ମାତ୍ରାଧିକ ପରାଲୀ (ଶସ୍ୟ ନଡା) ପୋଡାଯାଉଥିବାରୁ ଦିଲ୍ଲୀ ବାୟୁମଣ୍ଡଳ ବିଷାକ୍ତ ହୋଇଥିବା ନେଇ ନାସା ପକ୍ଷରୁ ଜାରି ହୋଇଥିବା ଫଟୋରେ ସ୍ପଷ୍ଟ ହୋଇଛି ।
ବର୍ତ୍ତମାନ ନାସାର ଏହି ଫଟୋ ସମସ୍ତଙ୍କର ଚିନ୍ତା ବଢାଇଛି । ପଞ୍ଜାବ ଓ ହରିୟାଣାରେ ପାଖାପାଖି 2900ଟି ସ୍ଥାନରେ ପରାଲୀ ଜଳାଯାଉଥିବା ନେଇ ସାଟେଲାଇଟରୁ ନିଆଯାଇଥିବା ଫଟୋରେ ଜଣାପଡିଛି । ମାତ୍ରାଧିକ ପରାଲୀ(ଶସ୍ୟ ନଡା) ଜାଳିବା ଦ୍ବାରା ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ବାୟୁ ବିଷାକ୍ତ ହେବାରେ ଲାଗିଛି ।