ୱାଶିଂଟନ : ନାସା ଏମିତି ଏକ ଏୟାରକ୍ରାଫ୍ଟ ନିର୍ମାଣ କରିବା ପାଇଁ ଭାବୁଛି ଯାହା ସବୁଜ ଗୃୃହ ଗ୍ୟାସ ବିକିରଣ କରିବ ନାହିଁ । ନାସା ଏହାକୁ ନେଇ ଗବେଷଣା ଆରମ୍ଭ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ହାଇଡ୍ରୋଜେନ ଇନ୍ଧନ ଗ୍ୟାସ ଖୋଜା ଯାଉଛି। ପ୍ରଥମ ଥର ପାଇଁ ଏକ ବଡ ବିମାନ ପାଇଁ ହାଇଡ୍ରୋଜେନ ଗ୍ୟାସ ବ୍ୟବହାର କରାଯାଉଛି ।
ନାସା ନିର୍ମାଣ କରିବ ଇଲେକ୍ଟ୍ରିକ ଏୟାରକ୍ରାଫ୍ଟ - airline
ପ୍ରଥମ ଥର ପାଇଁ ନାସା, ଇଲେକ୍ଟ୍ରିକ ବିମାନ ନିର୍ମାଣ କରିବା ପାଇଁ ଭାବୁଛି । ଏହାର ନାମ ଛିତା (CHEETA) ରଖାଯିବ ବୋଲି ପ୍ରକାଶ। ଏହାର ନିର୍ମାଣ ପାଇଁ ନାସା 60 ଡଲାର ଖର୍ଚ୍ଚ କରିବ ।
ପ୍ରତିକାତ୍ମକ ଫଟୋ
ସୂଚନା ଅନୁସାରେ, ଏହି ପରିଯୋଜନାର ନେତୃତ୍ବ ଆମେରିକାର ଇଲିନୋଇ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ମାନେ କରୁଛନ୍ତି । ଏଥିରେ ଏରୋସ୍ପେସ ଇଞ୍ଜିନୟର ଫିଲିପ,ଇଲେକ୍ଚ୍ରିକାଲ ଇଞ୍ଜିନିୟର କିରୁବା ଏବଂ ତାଙ୍କର ସାଥି ସାମିଲ ଅଛନ୍ତି। ଏହି ଏୟାରକ୍ରାଫ୍ଟର ନାମ ଛିତା (CHEETA) ରଖାଯାଇଛି।
ତିନି ବର୍ଷର ଏହି ପରିଯୋଜନା ପାଇଁ ନାସା 60 ଡଲାର ଖର୍ଚ୍ଚ କରୁଛନ୍ତି । ପୂର୍ବରୁ କାର ଏବଂ ଟ୍ରେନରେ ବିଜୁଳି ଆସିବା ପାଇଁ ହାଇଡ୍ରୋଜେନ ସେଲ ବ୍ୟବହାର କରାଯାଉଥିଲା।