ହୋଷ୍ଟନ: ‘ଚନ୍ଦ୍ରଯାନ-2’ର ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ ଯୋଡିବାର ପ୍ରୟାସ ଧିରେ ଧିରେ ମଉଳିବାରେ ଲାଗିଛି । ବିକ୍ରମ ସହ ଯୋଗାଯୋଗ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପାଖରେ ଆଉ ମାତ୍ର ଗୋଟିଏ ଦିନର ସୁଯୋଗ ରହିଛି । ଏହା ମଧ୍ୟରେ ଚନ୍ଦ୍ରର ଯେଉଁ ସ୍ଥାନରେ ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ପ୍ରୟାସ କରିଥିଲା ସେହି ସ୍ଥାନର ଫଟୋ ଉଠାଇଛି ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସାର ମୁନ ଅର୍ବିଟର । ଏନେଇ ନାସାର ଜଣେ ବରିଷ୍ଠ ବୈଜ୍ଞାନିକ ସ୍ପଷ୍ଟ କରିଛନ୍ତି।
ଇସ୍ରୋ ପାଖରେ ଶେଷ ସୁଯୋଗ, ନାସା ଉଠାଇଲା ଲ୍ୟାଣ୍ଡିଂ ସ୍ଥାନର ଫଟୋ - ଇସ୍ରୋ
‘ଚନ୍ଦ୍ରଯାନ-2’ ର ବିକ୍ରମ ଲ୍ୟାଣ୍ଡର ଲ୍ୟାଣ୍ଡିଂ କରିଥିବା ସ୍ଥାନର ଫଟୋ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସାର ଉଠାଇଥିବା ନେଇ ଏହାର ଜଣେ ବୈଜ୍ଞାନିକ ସ୍ପଷ୍ଟ କରିଛନ୍ତି।
ଫାଇଲ ଫଟୋ
ନାସାର ଲୁନାର ଅର୍ବିଟର ଅନ୍ତରୀକ୍ଷ ଯାନ 17 ସେପ୍ଟେମ୍ବର ଚନ୍ଦ୍ରର ଦକ୍ଷିଣ ଧ୍ରୃବ ପାଖ ଦେଇ ଗତି କରିବା ସମୟରେ ବିକ୍ରମ ଲ୍ୟାଣ୍ଡିଂ କରିଥିବା ସ୍ଥାନର ଫଟୋ ନେଇଛି । ଏହି ଯାନ ବିକ୍ରମ ଲ୍ୟାଣ୍ଡିଂ କରିଥିବା ସ୍ଥାନର ଠିକ ଉପର ଦେଇ ଅତିକ୍ରମ କରିଥିବା ଏଲଆରଓ ମିଶନର ଡେପୁଟି ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ଜନ କୈଲର ଜଣାଇଛନ୍ତି।