ଓଡିଶା

odisha

ETV Bharat / bharat

ମୋଦିଙ୍କ କୋଳରେ ଦେଶର ଭବିଷ୍ୟତ - Delhi Metro

ମେଟ୍ରୋରେ ମୋଦିଙ୍କ ସହ ଯାତ୍ରା କରିବା ପାଇଁ ଲୋକେ ଉତ୍ସାହିତ ହୋଇଥିଲେ। ଏହି ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ଯାତ୍ରୀଙ୍କର ଏକ ଛୋଟ ଛୁଆ ସହ ମୋଦି ଖେଳିଥିଲେ। ତାହାର ଗାଲ ଚିପିବା ସହ ସହ ସେ ତାହାକୁ ଗେଲ କରିଥିଲେ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ

By

Published : Feb 27, 2019, 3:14 PM IST

ନୂଆଦିଲ୍ଲୀ: ଆଜି ଇସ୍କନ ମନ୍ଦିରରେ ଅନୁଷ୍ଠିତ ଗୀତା ଆରଧନା ଉତ୍ସବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇସ୍କନରେ ଗ୍ଲୋରି ଅଫ ଇଣ୍ଡିଆ କଲଚର ସେଣ୍ଟରରେ ସେ ଯୋଗ ଦେଇଛନ୍ତି । ଏଥିପାଇଁ ସେ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିଲେ।

ତେବେ ମୋଦିଙ୍କୁ ନିଜ ପାଖରେ ପାଇ ଦିଲ୍ଲୀବାସୀ ବେଶ ଖୁସି ଥିଲେ । ମେଟ୍ରୋରେ ମୋଦିଙ୍କ ସହ ଯାତ୍ରା କରିବା ପାଇଁ ଲୋକେ ଉତ୍ସାହିତ ହୋଇଥିଲେ । ଏହି ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ଯାତ୍ରୀଙ୍କର ଏକ ଛୋଟ ଛୁଆ ସହ ମୋଦି ଖେଳିଥିଲେ । ତାହାର ଗାଲ ଚିପିବା ସହ ସହ ସେ ତାହାକୁ ଗେଲ କରିଥିଲେ । ଏହାଦେଖି ଆଉ ଜଣେ ଯାତ୍ରୀ ନିଜ ଛୋଟ ଛୁଆକୁ ମୋଦିଙ୍କୁ ବଢାଇ ଦେଇଥିଲେ ।

ଆଉ ମୋଦି ମଧ୍ୟ ଖୁବ ଉତ୍ସାହର ସହ ତାହାକୁ ନିଜ କୋଳକୁ ନେଇଯାଇଥିଲେ । ନିଜ କୋଳରେ ସେ ଛୁଆକୁ ବସାଇ ତାହାକୁ କିଛି ପଚାରିଥିଲେ ଆଉ ତାହା ସହ କିଛି ସମୟ ଖେଳିଥିଲେ । ମୋଦି ଖାନ ମାର୍କେଟରୁ ମେଟ୍ରୋ ଧରିଥିଲେ । ମୋଦିଙ୍କ ସହ ଲୋକେ ସେଲ୍ଫି ନେବା ସହିତ ଫଟୋ ଉଠାଇଥିଲେ । ଏପରିକି ଜଣେ ଯାତ୍ରୀ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲା ।

ମୋଦିଙ୍କ ଯାତ୍ରା କାଳରେ ତାଙ୍କ ସହ କିଛି ମୁସଲିମ ଯାତ୍ରୀ ମଧ୍ୟ ସାମିଲ ହୋଇଥିଲେ । ସେମାନଙ୍କ ସହ ମୋଦି ବେଶ ହସଖୁସିରେ କଥାବାର୍ତ୍ତା ହେବା ସହ ଆଲୋଚନା କରିଥିଲେ।

ABOUT THE AUTHOR

...view details