ଓଡିଶା

odisha

By

Published : Oct 22, 2019, 7:33 PM IST

ETV Bharat / bharat

ମୋଦିଙ୍କୁ ଭେଟିଲେ ନୋବେଲ ବିଜେତା ଅଭିଜିତ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ନୋବେଲ ବିଜେତା ଭାରତୀୟ ବଂଶଦ୍ଭୋବ ଅଭିଜିତ ବାନାର୍ଜୀ । ଭାରତ ଅଭିଜିତଙ୍କ ଉପଲବ୍ଧି ଉପରେ ଗର୍ବିତ ଥିବା ମୋଦି କହିଥିବା ବେଳେ ଭବିଷ୍ୟତର ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ନୋବେଲ ବିଜେତା ଅଭିଜୀତ

ନୂଆଦିଲ୍ଲୀ: ନୋବେଲ ସମ୍ମାନରେ ସମ୍ମାନିତ ଅଭିଜିତ ବାନାର୍ଜୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ମୋଦି ଓ ଅଭିଜିତଙ୍କ ମଧ୍ୟରେ ଅନେକ ବିଷୟ ଉପରେ ଆଲୋଚନା ହୋଇଛି ।

ଭାରତୀୟ ବଂଶଦ୍ଭୋବ ଅଭିଜିତ ଏବେ ଆମେରିକାର ମାସାଚ୍ୟୁସେଟ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ପ୍ରଫେସର ଅଛନ୍ତି । ଚଳିତଥର ଅର୍ଥଶାସ୍ତ୍ରରେ ଅଭିଜିତ ଓ ତାଙ୍କ ପତ୍ନୀଙ୍କୁ ନୋବେଲ ପୁରସ୍କାର ମିଳିଛି ।

ସାକ୍ଷାତକାର ପରେ ମୋଦି ନିଜ ଟ୍ବିଟର ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି । ଏହାସହ ମୋଦି ଟ୍ବିଟରେ ଲେଖିଛନ୍ତି ଯେ ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କ ସହ ଉତ୍କୃଷ୍ଠ ସାକ୍ଷାତକାର । ମାନବ ସଶକ୍ତିକରଣରେ ତାଙ୍କ ଜୋଶ ସ୍ପଷ୍ଟଭାବେ ଦେଖାଯାଇ ପାରେ । ଆମେ ବିଭିନ୍ନ ବିଷୟ ଉପରେ ବ୍ୟାପକ ଚର୍ଚ୍ଚା କରିଛୁ । ଭାରତ ତାଙ୍କ ଉପଲବ୍ଧି ଉପରେ ଗର୍ବିତ ଥିବା ମୋଦି କହିଥିବା ବେଳେ ଭବିଷ୍ୟତର ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

For All Latest Updates

ABOUT THE AUTHOR

...view details