ନୂଆଦିଲ୍ଲୀ: ଅଗଷ୍ଟ 12ରେ ବିଶ୍ବ ଦେଖିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ରୂପ । DISCOVERYର MAN VS WILDରେ ନଜର ଆସିବେ ପ୍ରଧାନମନ୍ତ୍ରୀ । ଦେବେ ପରିବେଶ ଓ ପ୍ରାଣୀ ଉପରେ ଦେବେ ସଚେତନତା ବାର୍ତ୍ତା । ଯାହାର ଟିଜର ଏବେ ସାମ୍ନାକୁ ଆସିଛି ।
ଅଗଷ୍ଟ 12ରେ ବିଶ୍ବ ଦେଖିବ ମୋଦିଙ୍କ ନୂଆ ଅବତାର - ଆଡଭେଞ୍ଚର ଯାତ୍ରାରେ ପ୍ରଧାନମନ୍ତ୍ରୀ
DISCOVERYର MAN VS WILDରେ ନଜର ଆସିବେ ପ୍ରଧାନମନ୍ତ୍ରୀ । ଅଗଷ୍ଟ 12ରେ ବିଶ୍ବ ଦେଖିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ରୂପ ।
![ଅଗଷ୍ଟ 12ରେ ବିଶ୍ବ ଦେଖିବ ମୋଦିଙ୍କ ନୂଆ ଅବତାର](https://etvbharatimages.akamaized.net/etvbharat/prod-images/768-512-3975212-thumbnail-3x2-manwild.jpg)
ଫଟୋ ସୌଜନ୍ୟ: ଟ୍ବିଟର@BearGrylls
ଭିଡିଓ ସୌଜନ୍ୟ: ଟ୍ବିଟର@BearGrylls
ଏହି ଟିଜରରେ ହୋଷ୍ଟ ବିୟର ଗ୍ରିଲ୍ସଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଡଭେଞ୍ଚର କରୁଥିବାର ନଜର ଆସୁଛନ୍ତି । ଏହାର ସୂଚନା ନିଜ ଟ୍ବିଟର ହ୍ୟାଣ୍ଡେଲରେ ଦେଇଛନ୍ତି ବିୟର ଗ୍ରିଲ୍ସ । ଏହାସହ ସେ କହିଛନ୍ତି ଏହି ଶୋ' କୁ 180 ଦେଶର ଲୋକେ ଦେଖିବେ । ଏଥିରେ ମୋଦିଙ୍କ ସେହି ରୂପ ଦେଖିବାକୁ ମିଳିବ, ଯାହାକୁ କେବେ କେହି ଦେଖିନଥିବେ ।
ଏଠାରେ ସୂଚନାଯୋଗ୍ୟ, ଏହି ଟ୍ବିଟର ଜାରି କରାଯିବା ପରେ ଏହାକୁ 2 ଘଣ୍ଟା ମଧ୍ୟରେ 2 ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ।
Last Updated : Jul 29, 2019, 4:14 PM IST