ନୂଆଦିଲ୍ଲୀ: ମୋଦିଙ୍କ ଐତିହାସିକ ବିଜୟ ପରେ ସ୍ବର ବଦଳାଇଲା ଆମେରରିକାର ଟାଇମ୍ ମାଗାଜିନ । ମୋଦିଙ୍କୁ ଦେଶର ବିଭାଜନକାରୀ ନେତା କହିଥିବା ମାଗାଜିନ ଏବେ ମୋଦିଙ୍କ ଗୁଣଗାନ କରିଛି । ମୋଦି ଭାରତକୁ ଏକଜୁଟ କରି ରଖିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି ନିଜର ଏକ ଅନୁଚ୍ଛେଦରେ ପ୍ରକାଶ କରିଛି ଏହି ମାଗାଜିନ ।
ମୋଦି ମ୍ୟାଜିକ ପରେ ୟୁ-ଟର୍ଣ୍ଣ ନେଲା ଟାଇମ୍ ମାଗାଜିନ - united-india
ମୋଦିଙ୍କୁ ଦେଶର ବିଭାଜନକାରୀ ନେତା କହିଥିବା ଟାଇମ୍ ମାଗାଜିନ ଏବେ ମୋଦିଙ୍କ ଗୁଣଗାନ କରିଛି । ମୋଦି ଭାରତକୁ ଏକଜୁଟ କରି ରଖିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି ନିଜର ଏକ ଅନୁଚ୍ଛେଦରେ ପ୍ରକାଶ କରିଛି ଏହି ମାଗାଜିନ ।

ଟାଇମ ମଙ୍ଗଳବାର ପ୍ରକାଶ କରିଥିବା ଏକ ଅନୁଚ୍ଛେଦରେ ଲେଖିଛି, 'ଦଶନ୍ଧୀରେ ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ଯାହା କରିପାରିନଥିଲେ ତାହା ମୋଦି କରି ଦେଖାଇଛନ୍ତି । ସେ ଭାରତକୁ ଯୋଡି ରଖିଛନ୍ତି ।' ପିଏମ ହିସାବରେ ମୋଦିଙ୍କ ପ୍ରଥମ କାର୍ଯ୍ୟକାଳ ଏବଂ ସେ ଆପଣାଇଥିବା ନୀତି ସମ୍ପର୍କରେ ଏହି ଅନୁଚ୍ଛେଦରେ ଆଲୋଚନା କରାଯାଇଛି । ତେବେ ଏହି ଅନୁଚ୍ଛେଦଟି ମନୋଜ ଲାଡବା ଲେଖିଛନ୍ତି, ଯିଏ 2014 ରେ ନରେନ୍ଦ୍ର ମୋଦିଙ୍କ ପାଇଁ ପ୍ରଚାର କରିଥିଲେ ।
ସୂଚନା ଯୋଗ୍ୟ ଯେ, ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ବିଶ୍ବର ବହୁପ୍ରତିଷ୍ଠିତ ଆମେରିକୀୟ ମାଗାଜିନ ଟାଇମ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ବିଭାଜନକାରୀ ବା 'ଡିଭାଇଡର ଇନ ଚିଫ' କହିଥିଲା ।