ଲକ୍ଷ୍ନୌ: ଉଦଘାଟିତ ହେଲା ଚିତ୍ରକୋଟର ପ୍ରତିରକ୍ଷା କରିଡର ଏବଂ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରପ୍ରଦେଶର ଚିତ୍ରକୋଟରେ ପହଞ୍ଚି ପ୍ରତିରକ୍ଷା କରିଡର ଏବଂ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ପାଇଁ ମୂଳଦୁଆ ପକାଇଛନ୍ତି । 296 କିଲୋମିଟର ଲମ୍ବ ବିଶିଷ୍ଟ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ 14716.26 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବାବେଳେ ଏହା ଚିତ୍ରାକୋଟ, ବୃନ୍ଦା, ମହୋବା ଆଦି କେତେକ ଜିଲ୍ଲା ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି ।
ବୁନ୍ଦେଲଖଣ୍ଡର ପ୍ରତିରକ୍ଷା କରିଡର ଏବଂ ଏକ୍ସପ୍ରେସୱେର ମୂଳଦୁଆ ପକାଇଲେ ନରେନ୍ଦ୍ର ମୋଦି - ବୁନ୍ଦେଲଖଣ୍ଡର ପ୍ରତିରକ୍ଷା କରିଡରର ମୂଳଦୁଆ ପକାଇଲେ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉଦ୍ଘାଟିତ ହେଲା ବୁନ୍ଦେଲଖଣ୍ଡର ଚିତ୍ରକୋଟର ପ୍ରତିରକ୍ଷା କରିଡର ଏବଂ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ । ଏହା ବୁନ୍ଦେଲଖଣ୍ଡର ବିକାଶ ବୃଦ୍ଧି କରିବା ସହିତ ଚାଷୀଙ୍କ ପାଇଁ ବହୁତ ଲାଭଦାୟକ ହେବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ...

ଏକ୍ସପ୍ରେସୱେର ମୂଳଦୁଆ ପକାଇଲେ ନରେନ୍ଦ୍ର ମୋଦୀ
ଏକ୍ସପ୍ରେସୱେର ମୂଳଦୁଆ ପକାଇଲେ ନରେନ୍ଦ୍ର ମୋଦୀ
ଏହି ଏକ୍ସପ୍ରେସୱେ ନିର୍ମାଣ ପରେ ବୁନ୍ଦେଲଖଣ୍ଡର ବିକାଶ ବୃଦ୍ଧି ପାଇବ। ଏହା ସହିତ ଚାଷୀଙ୍କ ପାଇଁ ବହୁତ ଲାଭଦାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ କାର୍ଯ୍ୟକ୍ରମ ମାଧ୍ୟମରେ କହିଛନ୍ତି । ଚିତ୍ରକୋଟର ଭରତପୁରର ଗୋଣ୍ଡା ଗ୍ରାମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀବନ, ବିଜେପି ରାଜ୍ୟ ସଭାପତି ସ୍ବତନ୍ତ୍ର ସିଂହ, କ୍ୟାବିନେଟ ମନ୍ତ୍ରୀ ନନ୍ଦୀ ଆଦି ପ୍ରମୁଖ ନେତା ଉପସ୍ଥିତ ଥିଲେ ।