ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସରେଣ୍ଡର ମୋଦି ଟ୍ବିଟକୁ ନେଇ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ । ସେ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରେଣ୍ଡର ମୋଦି ନୁହଁନ୍ତି, ବରଂ ଧୁରନ୍ଧର ମୋଦି । ସେ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପିଲାଳିଆ ବୟାନ ଦେଇଥିବା କାରଣରୁ ଦେଶର ପ୍ରଧାନମନ୍ତ୍ରୀଙ୍କ ନିକଟରେ କ୍ଷମା ମାଗନ୍ତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶ ସୁରକ୍ଷିତ ଏବଂ ବୀର ଯବାନଙ୍କ ବଳିଦାନ ବୃଥା ହେବ ନାହିଁ ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଦେଶ ଚୀନ୍କୁ ବିରୋଧ କରୁଛି । ଅଧିକାଂଶ ରାଜନୈତିକ ଦଳ ଦେଶର ପିଏମଙ୍କ ଉପରେ ବିଶ୍ବାସ ରଖିଛନ୍ତି କିନ୍ତୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ସରେଣ୍ଡର ମୋଦି' ଭଳି ପ୍ରତିକ୍ରିୟା ଅତ୍ୟନ୍ତ ହୀନ ମାନସିକତା ଦର୍ଶାଉଛି ।