ନୂଆଦିଲ୍ଲୀ: ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ମୋଦି ସରକାର ଦଳର ନିର୍ବାଚନ ଇସ୍ତାହାରରେ ଘୋଷଣାପତ୍ର କରିଥିବା ପୂରଣ କରିବାରେ ସଫଳ ହୋଇଛି । ବିଜେପି 2019 ର ନିର୍ବାଚନ ଇସ୍ତାହାରରେ ଜମ୍ମୁ କାଶ୍ମୀରରୁ ଧାରା 370 ହଟାଇବା, ନାଗରିକତା ସଂଶୋଧନ ବିଲ ଆଣିବା ଏବଂ ତିନି ତଲାକକୁ ଉଛେଦ କରିବା ପାଇଁ ପ୍ରତିଶୃତି ଦେଇଥିଲା । ସରକାର ପୁନର୍ବାର କ୍ଷମତାକୁ ଫେରିବାର 7 ମାସ ମଧ୍ୟରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରତିଶୃତି ପୂରଣ କରିବା ସହ ଆତଙ୍କବାଦ ଦମନ ପାଇଁ ୟୁଏପିଏ ଏବଂ ଏସପିଜି ସଂଶୋଧନ ବିଲ କୁ ପାସ କରାଇବାରେ ସଫଳ ହୋଇଛନ୍ତି ।
ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି କେନ୍ଦ୍ର ସରକାରଙ୍କ ପାଖରେ ଲୋକସଭାରେ ସଂଖ୍ୟା ଗରିଷ୍ଠତା ଅଛି । କିନ୍ତୁ ରାଜ୍ୟସଭାରେ ବହୁମତ ନଥିଲେ ସୁଦ୍ଧା ଦଳର ଫ୍ଲୋର ମ୍ୟାନେଜମେଣ୍ଟ ରଣନୀତିରେ ବିରୋଧୀଙ୍କୁ ଚକମା ଦେଇ ସରକାର ସଫଳାକତା ହାସଲ କରୁଛନ୍ତି ।
ନାଗରିକତା ସଂଶୋଧନ ବିଲ ପାସ
ବୁଧବାର ଅମିତ ଶାହା ରାଜ୍ୟସଭା ବିଲ ଆଗତ କରି କହିଥିଲେ ବିଜେପି ଏହି ବିଲକୁ ରାଜନୈତିକ ଉଦ୍ଦେଶ୍ୟରେ ଆଣିନାହିଁ । ଅମିତ ଶାହା କହିଥିଲେ ନାଗରିକତା ସଂଶୋଧନ ବିଲ ଆଣାଯିବ ବୋଲି ଦଳ ନିର୍ବାଚନ ପୂର୍ବରୁ ଇସ୍ତାହାରରେ ଏହି ପ୍ରତିଶୃତି ଦେଶବାସୀଙ୍କୁ ଦେଇଥିଲା । ଦେଶବାସୀ ବିଜେପିର ପ୍ରତିଶୃତିକୁ ଗ୍ରହଣ କରି ବିଜେପିକୁ ସମର୍ଥନ ଦେଇଛନ୍ତି । ଜନ ସମର୍ଥନ ଠାରୁ ଆହୁ କିଛି ନହୋଇପାରେ ।
ଧାରା 370 ଉଛେଦ
ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ସବୁଠାରୁ ବଡ ଓ ଐତିହାସିକ ନିଷ୍ପତି ଥିଲା ଜମ୍ମୁ କାଶ୍ମୀରରୁ ଧାରା 370 ଉଛେଦ କରିବା । ଧାରା 370 ଉଛେଦ କରିବା ଦଳର ମୂଳ ଅଶଂ ଜନସଂଘ ଠାରୁ ରହିଆସିଥିଲା । ବିଜେପିର ଜନ୍ମ ଠାରୁ 370 ଉଛେଦ ସବୁବେଳେ ପ୍ରାଥମିକତା ରହିଆସିଥିଲା । ଏଥିପାଇଁ ଦଳର ବହୁନେତା ବଳିଦାନ ମଧ୍ୟ ଦେଇଛନ୍ତି । ଜନସଂଘ ପ୍ରତିଷ୍ଠା ଦିନଠାରୁ ଏହା ଦଳର ପ୍ରାଥମିକତାରେ ଥିଲେ ମଧ୍ୟ ଦଳ ସଫଳ ହୋଇନଥିଲା । କିନ୍ତୁ ମୋଦିଙ୍କ ଦ୍ବିତୀୟ ପାଳିରେ ଘନିଷ୍ଠ ସହଯୋଗୀ ଅମିତ ଶାହା ଗୃହମନ୍ତ୍ରୀ ଦାୟିତ୍ବ ନେଇ ଧାରା 370 କୁ ଯେଉଁଭଳି ଭାବେ ଉଛେଦ କରି ଜମ୍ମୁ କାଶ୍ମୀରକୁ ଭାଗ କଲେ ସେଥିରେ ବିରୋଧୀ ମଧ୍ୟ ଚକିତ । ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ବିଜେପି ତାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ହାସଲ କରିଛି । ମୋଦି ଶାହାଙ୍କ ରଣନୀତି ଆଗରେ ଚକମା ଖାଇ ବିରୋଧୀ ଧାରା 370 ଉଛେଦ ବିଲ କୁ ରାଜ୍ୟସଭାରେ ବିରୋଧ କରିବାକୁ ମଧ୍ୟ ସୁଯୋଗ ପାଇନଥିଲେ ।