ଲକ୍ଷ୍ନୌ: ମହାରାଷ୍ଟ୍ରର ପାଲଘରରେ ସାଧୁଙ୍କ ଉପରେ ମୋବ ଲିଚିଂକୁ ନେଇ ସନ୍ଥ ସମାଜରେ ଅସନ୍ତୋଷ ଦେଖାଦେଇଛି । ଏହି ଘଟଣାକୁ ନେଇ ଅଖିଳ ଭାରତୀ ଅଖଡା ପରିଷଦ ମଧ୍ୟ କ୍ରୋଧ ପ୍ରକାଶ କରିଛନ୍ତି । ଏଥିସହିତ ଅଖଡା ପରିଷଦ କହିଛି ଯେ, ରାବଣ ରାଜ ମହାରାଷ୍ଟ୍ରରେ ଚାଲିଛି ଏବଂ ଯଦି ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଲକଡାଉନ୍ ପରେ ନାଗା ସାଧୁ ସେନା ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିବ । ଏହି ଘଟଣାରେ ବିଜେପି ସାଂସଦ ସାକ୍ଷୀ ମହାରାଜ ମଧ୍ୟ ରାଗିଛନ୍ତି ।
ସାଧୁମାନଙ୍କ ବୃହତ୍ତମ ସଂଗଠନ ଅଖିଳ ଭାରତୀ ଅଖଡା ପରିଷଦର ସଭାପତି ନରେନ୍ଦ୍ର ଗିରି ମହାରାଜ କହିଛନ୍ତି ଯେ, ମହାରାଷ୍ଟ୍ରର ପାଲଘରରେ ଜୁନା ଆଖାଡାର ଦୁଇ ସାଧୁଙ୍କ ସହ ଯାହା ଘଟିଛି ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ । ସେ କହିଥିଲେ ଯେ, ସାଧୁମାନଙ୍କ ମୃତ୍ୟୁ କୌଣସି ବ୍ୟକ୍ତି କରିପାରିବେ ନାହିଁ, କେବଳ ରାକ୍ଷସମାନେ ଏହା କରିପାରିବେ ।