ଓଡିଶା

odisha

ETV Bharat / bharat

ଦିଲ୍ଲୀରେ 8 ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଫେରାର - ଦିଲ୍ଲୀରେ ନାବାଳିକାକୁ ଦୁଷ୍କର୍ମ

ଦିଲ୍ଲୀରୁ ଆସିଛି ଲଜ୍ଜାଜନକ ଘଟଣା। ତିନି ଦିନ ତଳେ 8 ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଭଳି ଘୃଣ୍ୟ ଘଟଣା ଦିଲ୍ଲୀବାସୀଙ୍କୁ ଥରାଇଦେଇଛି। ଅଧିକ ପଢନ୍ତୁ...

ଦିଲ୍ଲୀରେ 8 ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ
rape incident with a 9-year-old girl

By

Published : Dec 1, 2019, 9:42 PM IST

ନୂଆଦିଲ୍ଲୀ: ହାଇଦ୍ରାବାଦରେ ଜଣେ ପ୍ରାଣୀଧନ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ପରେ ଜଳନ୍ତା ମୃତ ଶରୀର ମିଳିବା ପରେ ସାରା ଦେଶରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ଏହାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରୁ ଆସିଛି ଲଜ୍ଜାଜନକ ଘଟଣା। ତିନି ଦିନ ତଳେ 8 ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଭଳି ଘୃଣ୍ୟ ଘଟଣା ଦିଲ୍ଲୀବାସୀଙ୍କୁ ଥରାଇଦେଇଛି।

ସହର ଠାରୁ କିଛି ଦୂରସ୍ଥିତ ନରେଲାରେ ଗତ 26 ତାରିଖରେ 8 ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ ନରେଲାର ସତ୍ୟବାଦୀ ରାଜା ହରିଶ୍ଚନ୍ଦ୍ର ହସ୍ପିଟାଲରରୁ ରୋହିଣୀ ଆମ୍ବେଦକର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଗତ 26 ନଭେମ୍ବରରେ ଘରୁ ଖେଳିବା ପାଇଁ ବାହାରକୁ ଯାଇଥିଲା 8ବର୍ଷର ଛୋଟ ଝିଅ। ମାତ୍ର ଆଉ ଘରକୁ ଫେରିନଥିଲା । କୌଣସି ନରପିଶାଚ ତାକୁ ବାହାନ ଦେଖାଇ ପାଶବିକ ଅତ୍ୟାଚାର କରିଥିଲା । ଘରକୁ ଖେଳିବାକୁ ଯାଇ ଫେରିନଥିବାରୁ ଘରେ ଖୋଜା ପଡିଥିଲା । ପରେ ଅନେକ ଖୋଜାଖୋଜି ପରେ ପରିତ୍ୟକ୍ତ ସ୍ଥାନରେ ପଡିଥିଲା କୁନି ଝିଅଟି କ୍ଷତବିକ୍ଷତ ଶରୀର । ଉଦ୍ଧାର ପରେ ଚିକିତ୍ସାଳୟରେ ଜଣାପଡିଲା ଝିଅଟି ସହ ଦୁଷ୍କର୍ମ ହୋଇଛି।

ଘଟଣାକୁ ତିନି ଦିନରୁ ଅଧିକ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଧରିପାରିନାହିଁ ଦିଲ୍ଲୀ ପୋଲିସ । ସିସିଟିଭି ଫୁଟେଜ ଖୋଜା ଚାଲିଛି, ମାତ୍ର ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି।

ଭାରତର ରାଜଧାନୀ ଦିଲ୍ଲୀରେ ୨୦୧୨ରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ସାରା ଭାରତକୁ ଦୋହଲାଇ ଦେଇଥିଲା। ଏ ଘଟଣାକୁ 7 ବର୍ଷ ବିତି ଯାଇଛି । ମାତ୍ର ଦିଲ୍ଲୀରେ ନାରୀ ସୁରକ୍ଷା ଯେମିତିକୁ ସେମିତି ରହିଛି।

ABOUT THE AUTHOR

...view details