ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ମୁମ୍ବାଇ ସହର ସବୁଠୁ ବଡ ହଟସ୍ପଟ ହୋଇ ରହିଛି । ଯେଉଁଥିପାଇଁ ବିରୋଧୀ ସରକାରଙ୍କୁ ଆକ୍ରମଣ କରୁଛନ୍ତି । ବର୍ତ୍ତମାନ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ବିଜେପି ଦାବି କରିଛି । ଏଥି ସହିତ କଂଗ୍ରେସ କହୁଛି ଯେ, ବିଜେପି କ୍ଷମତାରୁ ବାହାରେ ରହିଥିବାରୁ ସେ ସହ୍ୟ କରିପାରୁନି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ନାରାୟଣ ରାଣେ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସେନା ଡାକିବାକୁ କହିଛନ୍ତି ।
ନାରାୟଣ ରାଣେ କହିଛନ୍ତି ଯେ, ଏହି ସରକାର କିଛି କରିପାରିବେ ନାହିଁ । ଏହା ଲୋକଙ୍କ ଜୀବନ ରକ୍ଷା କରିପାରିବ ନାହିଁ । ଏସବୁ ସମ୍ଭାଳିବାରେ ସରକାର ବିଫଳ ହେଉଛନ୍ତି । ଏହି ସରକାରଙ୍କ କୋରୋନା ସହ ମୁକାବିଲା କରିବାର କ୍ଷମତା ନାହିଁ । ତେଣୁ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ରହିବା ଉଚିତ । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶାରିଙ୍କୁ ଭେଟିବା ପରେ ରାଣେ ମଧ୍ୟ ସେନାଙ୍କୁ ଡାକିବା ବିଷୟରେ କହିଛନ୍ତି।