ନୂଆଦିଲ୍ଲୀ: COVID-19 ର ମୁକାବିଲା ପାଇଁ 2 କୋଟି ଟଙ୍କା ସହାୟତା ରାଶି ଘୋଷଣା କଲେ AAP ରାଜ୍ୟସଭା ସାଂସଦ ନରେନ ଦାସ ଗୁପ୍ତା। ମଙ୍ଗଳବାର ଦିନ ସାଂସଦ ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ପାଇଁ ଘୋଷଣା କରାଯାଇଛି ଏହି ପ୍ୟାକେଜ୍ । ଏହି କୋରୋନା ଭାଇରସ ପରି ମହାମାରୀର ମୁକାବିଲା ପାଇଁ ସମଗ୍ର ଦେଶବାସୀ ସହଯୋଗର ହାତ ବଢାଇଛନ୍ତି । ତେବେ କୋରୋନା ଭାଇରସ୍ ସହିତ ଲଢେଇ କରିବାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅକ୍ଳାନ୍ତ ଉଦ୍ୟମକୁ ଟ୍ବିଟ୍ ମାଧ୍ୟମରେ ଧନ୍ୟବାଦ ଓ ସମର୍ଥନ ଜଣାଇଲେ ସାଂସଦ ନରେନ ଦାସ ଗୁପ୍ତା ।
ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି (ଏଏପି) ସାଂସଦ ସଞ୍ଜୟ ସିଂ ମଙ୍ଗଳବାର ଦିନ MPLADS (ସଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନାର ସଦସ୍ୟ) ପାଣ୍ଠିରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 1 କୋଟି ସହାୟତା ରାଶି ପ୍ରଦାନ କରିଥିଲେ । ଏହି ରୋଗର ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ବିକଳ୍ପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶରେ 21 ଦିନିଆ ବନ୍ଦ ଘୋଷଣା କରିଛନ୍ତି ।