ପିଥୌରାଗଡ: ନନ୍ଦାଦେବୀ ବେସ୍ କ୍ୟାମ୍ପର ଅପରେସନ ସ୍ଥଗିତ। ବୁଧବାର ନନ୍ଦାଦେବୀ ବେସ୍ କ୍ୟାମ୍ପରୁ ବିଦେଶୀ ପର୍ଯ୍ୟଟକଙ୍କୁ ବଞ୍ଚାଇବା ଡେୟାରଡେଭିଲ୍ ଅପରେସନକୁ ଅଞ୍ଚଳର ଉଚ୍ଚତା ପାଇଁ ସ୍ଥଗିତ ରଖାଯାଇଛି ।
ସୂଚନାମୁତାବକ, ବୁଧବାର ଭୋର 5ଟା ସମୟରେ ମୁନ୍ୟସାରୀ ଗାଁରେ ଏକ ଏଏଲଏଚ ହେଲିକପ୍ଟର ଅପରେସନ ଆରମ୍ଭ କରିଥିଲା । ଯେଉଁଥିରେ 12ଜଣ ସଦସ୍ୟ ରାଷ୍ଟ୍ରୀୟ ଅଭିଯାନ ଦଳର ସାମିଲ ଥିଲେ । ନନ୍ଦାଦେବୀ ବେସ୍ କ୍ୟାମ୍ପର ଅପରେସନରେ ଏକ ଟିମରେ ସେନାର ପାଞ୍ଚ ଜଣ ଯବାନ ସାମିଲ ଥିଲେ । ତେବେ ତିନିଥର ଅପରେସନ ପରେ ହେଲିକାପ୍ଟରଟି ପିଥୌରାଗଡ ଫେରିଆସିଥିଲା ।
ଅଟକିଲା ନନ୍ଦାଦେବୀ ବେସ୍ କ୍ୟାମ୍ପ ଅପରେସନ - missing
ହେଲିକାପ୍ଟରଟି 7816 ମିଟର ଉଚ୍ଚତା ଥିବାରୁ ଅପରେସନରେ ବାଧା ସୃଷ୍ଟି ହୋଇଥିଲା । ଯାହାଫଳରେ ବୁଧବାର ଅପରେସନ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି ।
![ଅଟକିଲା ନନ୍ଦାଦେବୀ ବେସ୍ କ୍ୟାମ୍ପ ଅପରେସନ](https://etvbharatimages.akamaized.net/etvbharat/prod-images/768-512-3475245-thumbnail-3x2-screenshot-2290jpeg---copy.jpg)
ଫାଇଲ ଫଟୋ
ତେବେ ବିଦେଶୀ ପର୍ଯ୍ୟଟକଙ୍କୁ ବଞ୍ଚାଇବା ପାଇଁ ଆରମ୍ଭ ହୋଇଥିବା ଅପରେସନ ଦ୍ବାରା ବ୍ରିଟେନର 4 ଜଣଙ୍କୁ ବାହାର କରାଯାଇଥିଲା । ଯେଉଁଥିରେ ଡେପୁଟି ନେତା ମଧ୍ୟ ସାମିଲ ଥିଲେ । ତେବେ ଆଉ ଆଠ ଜଣ ସଦସ୍ୟଙ୍କ ତଲାସୀ ଜାରି ରହିଛି । ତେବେ ହେଲିକାପ୍ଟରଟି 7816 ମିଟର ଉଚ୍ଚତାରେ ଥିବାରୁ ଅପରେସନରେ ବାଧା ସୃଷ୍ଟି ହୋଇଥିଲା । ଯାହା ଫଳରେ ବୁଧବାର ଅପରେସନ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି ।