ଓଡିଶା

odisha

ETV Bharat / bharat

ମୁମ୍ବାଇ ଡନ୍‌ ମାନ୍ୟା ସୁରଭେ ଥିଲା ନାନାଙ୍କ ଭାଇ - Mumbai Don Manya Surve was maternal cousin

ଖ୍ୟାତନାମା ବଲିଉଡ୍‌ ଅଭିନେତା ନାନା ପାଟେକରଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ସେ ତାଙ୍କ ବୟାନରେ ମୁମ୍ବାଇ ଡନ୍‌ ମାନ୍ୟା ସୁରଭେ ତାଙ୍କ କକା ପୁଅ ଭାଇ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jan 23, 2020, 10:22 AM IST

ମୁମ୍ବାଇ: ଖ୍ୟାତନାମା ବଲିଉଡ୍‌ ଅଭିନେତା ନାନା ପାଟେକରଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ସେ ତାଙ୍କ ବୟାନରେ ମୁମ୍ବାଇ ଡନ୍‌ ମାନ୍ୟା ସୁରଭେ ତାଙ୍କ କାକା ପୁଅ ଭାଇ ବୋଲି କହିଛନ୍ତି । ଏହାସହ ତାଙ୍କ ମା' ତାଙ୍କୁ ସହରରୁ ଗାଁକୁ ନେବା ପଛର କାରଣ ତାଙ୍କ ଡନ ଭାଇ ବୋଲି ସେ କହିଛନ୍ତି । ତାଙ୍କ ମା' ଚାହୁଁଥିଲେ ସେ ନିଜ ଡନ୍‌ ଭାଇକୁ ସୁଧାରିବାରେ ସହାୟକ ହୁଅନ୍ତୁ। ପିମ୍ପରି ଚିନଞ୍ଜୱାଡାର ଆୟୋଜିତ କଳାରାଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ନାନା ।

ନାନା ଆହୁରି କହିଛନ୍ତି ଯେ ଦଙ୍ଗା ସମୟରେ ସାଧାରଣ ନାଗରିକ ମାନେ ହିଂସ୍ର ହେବାର କାରଣ , ସେମାନଙ୍କ ମନରେ ବିରୋଧାଭାବର ନିଆଁ ଜଳୁଥାଏ । ଏହା ପରବର୍ତ୍ତୀ ସମୟରେ ବାହାରକୁ ଆସି ଉଗ୍ର ରୂପ ନେଇଥାଏ । ନନା କହିଛନ୍ତି ସରକାରଙ୍କୁ ବିରୋଧ କରି ନିଜ ଭାବ ବ୍ୟକ୍ତ କରିବା କୌଣସି ପ୍ରକାର ଅପରାଧ ନୁହେଁ, ମାତ୍ର ଏହା ଶାନ୍ତିଶୃଙ୍ଖଳା ସହ ମଧ୍ୟ ହୋଇପାରିବ ।

ଅପରାଧିକ ପ୍ରବୃତ୍ତିରୁ ନିବୃତ୍ତ ହେବାରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପକ୍ଷ ମୋ ମା'ଙ୍କ ଠାରୁ ମୋତେ ମିଳିଥିଲା । ମା' ଏଭଳି ଅସାମାଜିକ କାର୍ଯ୍ୟକଳାପରୁ ଦୂରେଇ ରହିବା ପାଇଁ ସର୍ବଦା ମୋତେ ପରାମର୍ଶ ଦେବା ସହ ଆକଟ କରୁଥିଲେ । ଏହାସହ କାକା ପୁଅ ଡନ୍‌ ମାନ୍ୟା ସୁରଭେକୁ ଅଟକାଇବା ପାଇଁ ମଧ୍ୟ ଅନେକ ଥର ମା' ମୋତେ ଗାଁକୁ ନେଇଛନ୍ତି । ଗୁଣ୍ଡାଗର୍ଦ୍ଦି କରୁଥିବା ବ୍ୟକ୍ତି ସର୍ବଦା ନୀରବ ରୁହନ୍ତି । ଜଣେ ଅଶିକ୍ଷିତ ବ୍ୟକ୍ତି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଶୀଘ୍ର ହୋଇଯାଆନ୍ତି । ଜଣେ ଶିକ୍ଷିତ ବ୍ୟକ୍ତି ଯେବେ କୌଣସି କାମ କରିବା ପାଇଁ ଆଗଭର ହୋଇଥାଏ ତେବେ ଦୁଇ ଥର ଚିନ୍ତା କରିଥାଏ ବୋଲି ସେ କହିଛନ୍ତି ।

ବିକ୍ଷୋଭ ପ୍ରଦର୍ଶନ ସମୟରେ ସାଧାରଣ ଲୋକ ସବୁଠାରୁ ଭୀଷଣ ରୂପ ଧରିଥାଏ । ଏହାର କାରଣ ତା ପ୍ରତି ଅବହେଳା ଚରମ ସୀମାରେ ପହଞ୍ଚିଥାଏ । ତା ପ୍ରତି ହେଉଥିବା ଅନ୍ୟାୟକୁ ବ୍ୟକ୍ତ କରିବା ପାଇଁ ସେ ଏପରି କରିଥାଏ । ସାଧାରଣ ଲୋକଙ୍କୁ ସବୁବେଳେ ଶୁଣିବାକୁ ପଡିଥାଏ । ଯାହାକୁ ଭୋଟ ଦେଇ ପାଞ୍ଚ ବର୍ଷ ପାଇଁ ଶାସନ ଦାୟିତ୍ବ ଦେଇଥାଏ ତାକୁ ପ୍ରଶ୍ନ ପଚାରିବା ସାଧାରଣ ନାଗରିକର ସାଧାରଣ ଅଧିକାର । ଏବେ ରାଜନୀତି ଖେଳରେ ସାଧାରଣ ନାଗରିକ ପୀଡିତ ଭାବରେ ପୀଡା ସହ୍ୟ କରୁଛି । ଯାହା ପରବର୍ତ୍ତୀ ସମୟରେ ଦଙ୍ଗା ଓ ବିରୋଧ ପ୍ରଦର୍ଶନର ରୂପ ନେଉଛି ।

ABOUT THE AUTHOR

...view details