ମହାରାଷ୍ଟ୍ର: ଚାଷୀଙ୍କୁ ଋଣ ଛାଡ ଦରକାର ନାହିଁ, ସେ ଭିକାରୀ ନୁହନ୍ତି। ଚିଞ୍ଚୱାଡାରେ କଲରଙ୍ଗ ସଂସ୍ଥାର 21ତମ ବାର୍ଷିକ ଉତ୍ସବରେ ଅନୁଷ୍ଠିତ କାର୍ଯ୍ୟମରେ ଏହା କହିଛନ୍ତି ବଲିଉଡ ଅଭିନେତା ନାନା ପାଟେକର। ସେ ଚାଷୀ ଋଣ ଛାଡ ଉପରେ ଦେଇଥିବା ଅଭିନବ ମନ୍ତବ୍ୟ ଏବେ ଚର୍ଚ୍ଚାରେ । ସେ କହିଛନ୍ତି ଯେ, ଚାଷୀ ଭିକାରୀ ନୁହନ୍ତି । ଖାଲି ଋଣ ଛାଡ କରି ବନ୍ୟା ପୀଡିତ ମହାରାଷ୍ଟ୍ରର ଚାଷୀଙ୍କ ଆତ୍ମହତ୍ୟା ସମସ୍ୟାର ସମାଧାନ କରାଯାଇ ପାରିବ ନାହିଁ।
ଚାଷୀଙ୍କୁ ଋଣଛାଡ ଦରକାର ନାହିଁ, ସେ ଭିକାରୀ ନୁହନ୍ତି: ନାନା ପାଟେକର - ଚାଷୀ ଭିକାରୀ ନୁହନ୍ତି
ନାନା ପାଟେକର ଚାଷୀ ଋଣ ଛାଡ ଉପରେ ଦେଇଥିବା ଅଭିନବ ମନ୍ତବ୍ୟ ଏବେ ଚର୍ଚ୍ଚାରେ। ସେ କହିଛନ୍ତି ଯେ, ଚାଷୀ ଭିକାରୀ ନୁହନ୍ତି । ଖାଲି ଋଣ ଛାଡ କରି ବନ୍ୟା ପୀଡିତ ମହାରାଷ୍ଟ୍ରର ଚାଷୀଙ୍କ ଆତ୍ମହତ୍ୟା ସମସ୍ୟାର ସମାଧାନ କରାଯାଇ ପାରିବ ନାହିଁ।
ଚାଷୀଙ୍କୁ ଋଣ ଛାଡ ଦରକାର ନାହିଁ। ତାଙ୍କୁ ଭାବନାତ୍ମକ ସହଯୋଗ ଏବଂ ଧୈର୍ଯ୍ୟର ଆବଶ୍ୟକତା ରହିଛି । ସେମାନଙ୍କ ସାଙ୍ଗରେ ବସି ଅସୁବିଧା ଓ ଦୁର୍ବଳତା ଉପରେ ଚର୍ଚ୍ଚା କରିବାକୁ ପଡିବ। ଉତ୍ସବରେ ଅଞ୍ଚଳର ବିଧାୟକ ମହେଶ ଲାଡଙ୍ଗେ, ଲକ୍ଷ୍ମଣ ଜଗତାପ, ଶିକ୍ଷାବିତ୍ତ ପି.ଡି ପାଟିଲ ଓ ଉପ-ମହାପାଳିକା ଉପାଧ୍ୟକ୍ଷ ତୁଷାର ହିଞ୍ଜ ଉପସ୍ଥିତ ଥିଲେ।
ଏନସିପି ଅଧ୍ୟକ୍ଷ ଶରଦ ପାୱାର ହିରୋ ଅଟନ୍ତି। ସେ ରାଜନୀତିର ଚାଣକ୍ୟ ବୋଲି ନାନା କହିଥିଲେ। ଫାଉଣ୍ଡେସନର ସହାୟତା କରିଥିବା ଯୋଗୁଁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଥିଲେ। ସେହିଭଳି ଉଦ୍ଧବ ଠାକରେ ହୁଅନ୍ତୁ କି ଦେବେନ୍ଦ୍ର ଫଡର୍ଣ୍ଣଭିସ ସବୁ ରାଜନେତାଙ୍କ ସହ ତାଙ୍କ ଭଲ ସମ୍ପର୍କ ଥିବା ଅଭିନେତା ନାନା ପାଟେକର କହିଥିଲେ।