ଓଡିଶା

odisha

ETV Bharat / bharat

ମୋଦି ଶାହାଙ୍କ ସହ ପୋଷ୍ଟରରେ ସିନ୍ଧିଆ, କଂଗ୍ରେସ ଅଫିସରୁ ହଟିଲା ନାମଫଳକ - କଂଗ୍ରେସରୁ ସିନ୍ଧିଆଙ୍କ ଇସ୍ତଫା

ମଧ୍ୟପ୍ରଦେଶରେ ଚାଲିଛି ମହାଡ୍ରାମା। ଏଥିରେ ଆଉ କିଛି ସମୟ ମଧ୍ୟରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ତେବେ ଯୁବ ନେତା ସିନ୍ଧିଆଙ୍କ ଇସ୍ତଫା ପରେ କଂଗ୍ରେସ ଅଫିସରୁ ହଟିଲା ସିନ୍ଧିଆଙ୍କ ନାମଫଳକ। ଅଧିକ ଖବର ପଢନ୍ତୁ...

Jyotiraditya Scindia
ମୋଦି ଶାହାଙ୍କ ସହ ପୋଷ୍ଟରରେ ସିନ୍ଧିଆ, କଂଗ୍ରେସ ଅଫିସରୁ ହଟିଲା ନାମଫଳକ

By

Published : Mar 11, 2020, 3:14 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକ ପଲିଟିକ୍ସ ପରେ ଏବେ ଆରମ୍ଭ ହୋଇଛି ମଧ୍ୟପ୍ରଦେଶ ରାଜନୀତିରେ ହାଇଡ୍ରାମା। କଂଗ୍ରେସର ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତପା ପରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ବଢିବାରେ ଲାଗିଛି। ଏପଟେ ଭୋପାଳର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରୁ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ନାମଫଳକକୁ ଗତକାଲି ହଟାଯାଇଛି।

ବିଜେପିରେ ଏହି ଯୁବନେତା ଯୋଗ ଦେବେ ବୋଲି କୁହାଯାଉଥିବା ବେଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ତପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ପୋଷ୍ଟର ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି।

ଏହି ପୋଷ୍ଟରକୁ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେପି କାର୍ଯ୍ୟକର୍ତ୍ତା ହରଦେଶ ଶର୍ମା ମୁହଁ ଖୋଲିଛନ୍ତି। ମୋଦି ସରକାରଙ୍କ ନିଷ୍ପତ୍ତୀକୁ ସମର୍ଥନ କରିଥିବାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସେ ଧନ୍ୟବାଦ ଜଣାଇଛନ୍ତି। ଶର୍ମା କହିଛନ୍ତି ଯେ, ତାଙ୍କ ଦଳର ଷ୍ଟାଣ୍ଡ ବିରୁଦ୍ଧରେ ଚାଲିଥିବା ଧାରା 370 ରଦ୍ଦକୁ ସମର୍ଥନ କରିବା ପରେ ଏହା ସିନ୍ଧିଆଙ୍କ ପ୍ରଥମ ଜିଲ୍ଲା ଗସ୍ତ ଥିଲା ତେଣୁ ମୁଁ ପୋଷ୍ଟର ଲଗାଇ ତାଙ୍କୁ ସ୍ବାଗତ କରିଥିଲି।

ସୂଚନା ଥାଉକି, ଗତ କିଛି ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶ ରାଜନୈତିକ ଆକାଶରେ ବିଭିନ୍ନ ସମିଶ୍ରଣ ଦେଖିବାକୁ ମିଳିଛି। ସିନ୍ଧିଆ କଂଗ୍ରେସ ହାତ ଛାଡିବା ପରେ 22 ଜଣ ବିଧାୟକ ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେବା ସହ ଦଳ ଛାଡିଛନ୍ତି। ତେବେ ବିଭିନ୍ନ ପଦବୀରୁ ଦୂରେଇ ରହିବା ପରେ ଏହା ସିନ୍ଧିଆଙ୍କ ଏକକାଳୀନ ଅସନ୍ତୋଷର ସମାହାର ବୋଲି କୁହାଯାଉଛି।

ABOUT THE AUTHOR

...view details