ଓଡିଶା

odisha

ETV Bharat / bharat

ରାସ୍ତାରେ ନୁହେଁ, ମସଜିଦ ଛାତ ଉପରେ ହେବ ନମାଜ ପାଠ

ଆଲିଗଡରେ ନମାଜ ପାଠ ସମୟରେ ହେବନି ରାସ୍ତା ଜାମ । ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଏଥର ମସଜିଦ ଛାତ ଉପରେ ହେବ ନମାଜ ପାଠ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Jul 31, 2019, 9:46 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଲିଗଡ ସହରରେ ଏବେ ମସଜିଦ ଛାତ ଉପରେ ଲୋକମାନେ ନମାଜ ପାଠ କରିବେ । ଏନେଇ ଆଲିଗଡ ସହରର ମୁଫତି ମହମ୍ମଦ ଖାଲିଦ ହମିଦ ସହରରେ ଥିବା ସମସ୍ତ ମସଜିଦର ପ୍ରଶାସକଙ୍କୁ ଏ ସମ୍ବନ୍ଧରେ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନିଷ୍ପତ୍ତି ଦ୍ବାରା ଦୁଇ ସମ୍ପ୍ରଦାୟର ଭିତରେ ଥିବା ମନମାଳିନ୍ୟ ଶେଷ ହେବ । ସମୁଦାୟର ସଦସ୍ୟଙ୍କ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ହେବାପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏକ ସାମ୍ବାଦିକ ସମ୍ମିଳନୀରେ ମୁଫତି କହିଛନ୍ତିଯେ, ରାସ୍ତା ଉପରେ ନମାଜ ପଢିବାର କୌଣସି ନିୟମ ନାହିଁ । ଅନେକ ସମୟରେ ମସଜିଦରେ ଭିଡ ଜମିଥାଏ ଯେଉଁକାରଣରୁ ବାଧ୍ୟହୋଇ ଲୋକମାନେ ରାସ୍ତା ଉପରେ ନମାଜ ପାଠ କରନ୍ତି । କିନ୍ତୁ ଏବେ ମସଜିଦର ଛାତ ଉପରେ ଏହାର ବ୍ୟବସ୍ଥା କରାଯିବ ।

ସେ ଆହୁରୀ କହିଛନ୍ତିଯେ, ଇଦରେ ଜାମା ମସଜିଦ ଓ ଇଦଗାହରେ ଲୋକମାନେ ରାସ୍ତା ଉପରେ ବସି ନମାଜ ପାଠ କରିବେ । କାରଣ ଅତିସଂଖ୍ୟାରେ ଶ୍ରଦ୍ଧାଳୁ ହେବାରୁ ମସଜିଦରେ ବସିବା ପାଇଁ ସ୍ଥାନ ମିଳୁନି । ଏହି ଘଟଣାରେ ଜିଲ୍ଲାଧିକାରୀ ସି.ବି. ସିହଂ କହିଛନ୍ତିଯେ, ରାସ୍ତା ଉପରେ ନମାଜ ପାଠ କରିବା ପୂର୍ବରୁ ମସଜିଦ ଗୁଡିକ ଅନ୍ୟ ଧାର୍ମିକ ସଂସ୍ଥାନ ଗୁଡୁକି ପୂର୍ବରୁ ଅନୁମତି ନେବାକୁ ପଡିବ । ଯଦି ନିୟମ ବାହାରେ ଯାଇ କେହି ଏପରି କରନ୍ତି ତେବେ ଧର୍ମସ୍ଥଳୀର ପ୍ରଶାସକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ ଯେଉଁ ଧର୍ମର ହୁଅନ୍ତୁ ନା କାହିଁକି ।

ଜିଲ୍ଲାଧିକାରୀଙ୍କ କହିବାନୁଯାୟୀ, ମୁସଲିମ ନେତାମାନେ ଓ ମେୟର ମହମ୍ମଦ ଫୁରକାନ ଏହି ନିୟମକୁ ସମର୍ଥନ କରିଛନ୍ତି । ଆଉ ତାଙ୍କର ସମସ୍ତ ସଦସ୍ୟ ଏହାର ପାଳନ କରିବେ ବୋଲି ଆଶ୍ବସନା ଦେଇଛନ୍ତି । ଅନ୍ୟପଟେ ବଜରଙ୍ଗ ଦଳର ସଂଯୋଜକ ଗୌରବ ଶର୍ମା କହିଛନ୍ତିଯେ, ଯଦି ମୁସଲିମ ରାସ୍ତା ଉପରେ ଜୁମାର ନମାଜ ପଠ କରିବେ ତେବେ ଆମେ ରାସ୍ତା ଉପରେ ଆଳତୀ କରିବା ସହ ହନୁମାନ ଚାଳିସା ପାଠ କରିବୁ ।

ABOUT THE AUTHOR

...view details