ଓଡିଶା

odisha

ETV Bharat / bharat

ମନ୍ଦିରରେ ନମାଜ ପଢିଲେ 4 ମୁସଲମାନ, ମାମଲା ରୁଜୁ - nand baba temple

ଉତ୍ତରପ୍ରଦେଶ ମଥୁରାର ଏକ ମନ୍ଦିରରେ ନମାଜ ପଢିବାକୁ ନେଇ ବିବାଦ ଦେଖାଦେଇଛି । ମଥୁରାର ନନ୍ଦ ବାବା ମନ୍ଦିରରେ ନମାଜ ଅର୍ପଣ କରାଯାଇଥିବା ଅଭିଯୋଗ ହୋଇଛି ।

ମନ୍ଦିରରେ ନମାଜ ପଢିଲେ 4 ମୁସଲମାନ
ମନ୍ଦିରରେ ନମାଜ ପଢିଲେ 4 ମୁସଲମାନ

By

Published : Nov 2, 2020, 1:09 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମଥୁରାର ଏକ ମନ୍ଦିରରେ ନମାଜ ପଢିବାକୁ ନେଇ ବିବାଦ ଦେଖାଦେଇଛି । ମଥୁରାର ନନ୍ଦ ବାବା ମନ୍ଦିରରେ ନମାଜ ଅର୍ପଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ 4 ଜଣଙ୍କୁ ଗିରଫ କରାଯାଇଛି । ଅଭିଯୋଗ ହୋଇଛି ଯେ ଅକ୍ଟୋବର 29 ରେ 4ଜଣ ବ୍ୟକ୍ତି ମଥୁରାର ନନ୍ଦ ବାବା ମନ୍ଦିରକୁ ଆସିଥିଲେ। ଏମାନଙ୍କ ମଧ୍ୟରୁ ଦୁଇଜଣ ମନ୍ଦିରର ସେବାକୁ ବିଭ୍ରାନ୍ତ କରି ନିଜେ ମନ୍ଦିର ପରିସରରେ ନମାଜ ପାଠ କରିଥିଲେ।

ଏନେଇ ଧାରା 153A, 295, 505 ଅନୁଯାୟୀ ବାରସାନା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । ମୁସଲମାନ ବିନା ଅନୁମତିରେ ମନ୍ଦିର ପରିସରରେ ନମାଜ ପଢିଥିଲେ ଏବଂ ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ଭାଇରାଲ କରିଥିଲେ।

ABOUT THE AUTHOR

...view details