ମୁମ୍ବାଇ: ଗରିବ ହୋଇ ଜୀବନ ବିତାଇବା କାହାକୁ ଅବା ପସନ୍ଦ । ସେ ମଧ୍ୟ ଚାହୁଁଥିଲେ ନିଜ ପ୍ରେମିକାଙ୍କୁ ବାହା ହେଲା ପରେ ହସଖୁସିରେ ଘର ସଂସାର କରିବେ । ହେଲେ ଆର୍ଥିକ ଅଭାବ ସାଜିଲା ବାଧକ । ଆଉ ଆତ୍ମହତ୍ୟା କରିବାକୁ ଗଲେ ଏହି ଦମ୍ପତି । ଯାହାର ଏକ ଲାଇଭ ଭିଡିଓ ଆସିଛି । ମହାରାଷ୍ଟ୍ରର ନାଗପୁର ରେଳଷ୍ଟେସନରୁ ଲାଇଭ ସୁଇସାଇଡର ଭିଡିଓ ଆସିଛି । ଏଠାରେ ଯୁବକ ବିରବଲ କୁତୁପାହାରିଆ ଏକ ଟ୍ରେନର ଛାତ ଉପରେ ଚଢି ବିଦ୍ୟୁତ ତାରକୁ ସ୍ପର୍ଶ କରି ଆତ୍ମହତ୍ୟା କରିଛନ୍ତି ।
ନାଗପୁର ରେଳଷ୍ଟେସନରେ ଲାଇଭ ସୁଇସାଇଡ... - Live suicide video in maharastra
ମହାରାଷ୍ଟ୍ରର ନାଗପୁର ରେଳଷ୍ଟେସନରୁ ଲାଇଭ ସୁଇସାଇଡର ଭିଡିଓ ଆସିଛି । ଏଠାରେ ଯୁବକ ବିରବଲ କୁତୁପାହାରିଆ ଏକ ଟ୍ରେନର ଛାତ ଉପରେ ଚଢି ଲମ୍ବିଥିବା ବିଦ୍ୟୁତ ତାରକୁ ସ୍ପର୍ଶ କରି ଆତ୍ମହତ୍ୟା କରିଛନ୍ତି ।
ସୂଚନା ଅନୁସାରେ ବିରବଲ ଏବଂ ଜ୍ଞାନଦେବୀ ପ୍ରେମ ବିବାହ କରିଥିଲେ । ହେଲେ ଆର୍ଥିକ ଅଭାବ ଯୋଗୁଁ ସେମାନେ ନିଷ୍ପତ୍ତି ନେଇଥିଲେ ଯେ ଉଭୟ ମିଶି ଆତ୍ମହତ୍ୟା କରିବେ । ବିରବଲ ଏବଂ ତାଙ୍କ ସ୍ତ୍ରୀ ନାଗପୁର ରେଳଷ୍ଟେସନରେ ପହଞ୍ଚିଲେ । ସେଠାରେ ଠିଆ ହୋଇଥିବା ଏକ ଟ୍ରେନ ଉପରେ ଉଭୟ ଚଢିବାକୁ ଚେଷ୍ଟା କରିଥିଲେ । ବିରବଲ ପ୍ରଥମେ ଟ୍ରେନର ଛାତ ଉପରେ ଯାଇଥିବା ବିଦ୍ୟୁତ ତାରକୁ ଛୁଇଁ ଆତ୍ମହତ୍ୟା କରିବାକୁ ଗଲେ । ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖି ବିରବଲଙ୍କୁ ବଞ୍ଚାଇବାକୁ ଗଲେ । କିନ୍ତୁ ସେ ଆଖି ପିଛୁଳାକେ ଜଳିଗଲେ । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଲା ।
ସେପଟେ ବିରବଲଙ୍କ ସ୍ତ୍ରୀ ମଧ୍ୟ ଆତ୍ମହତ୍ୟା କରିବାକୁ ଟ୍ରେନ ଛାତ ଉପରକୁ ଚେଷ୍ଟା କରିଥିଲେ । ହେଲେ ସ୍ଥାନୀୟ ଲୋକେ ତାଙ୍କୁ ଚଢିବାକୁ ଦେଇନଥିଲେ । ଉକ୍ତ ଘଟଣା ସମ୍ପର୍କରେ ରେଳ କର୍ତ୍ତୃପକ୍ଷ ଜାଣିବା ମାତ୍ରକେ ତୁରନ୍ତ ବିଦ୍ୟୁତକୁ କାଟିଥିଲେ । ହେଲେ ବିଦ୍ୟୁତ କାଟିବା ପୂର୍ବରୁ ହିଁ ବିରବଲ ଆତ୍ମହତ୍ୟା କରିଥିଲେ । ଟିଟିଇ ମଧ୍ୟ ଟ୍ରେନର ଛାତ ଉପରେ ଚଢି ଯୁବକଟିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ବର୍ତ୍ତମାନ ଏହି ଦୃଶ୍ୟଟି ସୋସିଆଲ ମଡିଆରେ ଭାଇରାଲ ହୋଇଛି ।