ଓଡିଶା

odisha

ETV Bharat / bharat

ସୁପ୍ରିମକୋର୍ଟରେ ବସିରହିବେ ପୂର୍ବତନ ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ବର ରାଓ - CBI

ଅଦାଲତ ଅବମାନନା ଅଭିଯୋଗରେ ନାଗେଶ୍ବର ରାଓ ଦୋଷୀ ସାବ୍ୟସ୍ତ। ଲକ୍ଷେ ଟଙ୍କାର ଜରିମାନା ଆଦାୟ କରିବାକୁ ସୁପ୍ରିମକୋର୍ଟ। ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦେଶକ ଏମ୍‌.ନାଗେଶ୍ବରଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନାକୁ ଅସ୍ବୀକାର କରିଛନ୍ତି କୋର୍ଟ।

ଫାଇଲ ଫଟୋ

By

Published : Feb 12, 2019, 12:50 PM IST

ନୂଆଦିଲ୍ଲୀ: ମହଙ୍ଗା ପଡିଲା ସୁପ୍ରିମକୋର୍ଟଙ୍କ ଆଇନକୁ ଉଲ୍ଲଂଘନ କରିବା। ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ବର ରାଓଙ୍କ 32 ବର୍ଷ ଆଇପିଏସ କ୍ୟାରିଅରରେ ଲାଗିଲା ଦାଗ। ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନକୁ ଉଲ୍ଲଂଘନକୁ କରି ହୋଇଛନ୍ତି ଦଣ୍ଡିତ ।

ନିକଟରେ ବିହାର ମୁଜାଫରପୁର ସେଲଟର ହୋମ୍ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଏ. କେ. ଶର୍ମାଙ୍କୁ ବଦଳି କରିଥିଲେ ନାଗେଶ୍ବର ରାଓ। ଏହାପରେ ବଦଳିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏ. କେ ଶର୍ମା। ଯାହାର ଶୁଣାଣି କରି ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ତୁମେ ସୁପ୍ରିମକୋର୍ଟଙ୍କ ରାୟ ସହିତ ଖେଳିଛ। ଭଗବାନ ତୁମକୁ ସହାୟ ହୁଅନ୍ତୁ।

ଏହାପରେ ସୁପ୍ରିମକୋର୍ଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହିତ ସତ୍ୟପାଠ ଦାଖଲ କରିଥିଲେ ନାଗେଶ୍ବର ରାଓ। ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଳ କୋର୍ଟରେ କହିଥିଲେ ନାଗେଶ୍ବର ରାଓ ତାଙ୍କୁ ଭୁଲ ପାଇଁ ଅନୁତପ୍ତ। ସେ ଏହି ବଦଳି ନିଜ ବ୍ଯକ୍ତିଗତ ସ୍ବାର୍ଥ ପାଇଁ କରିନଥିବା ଏଜି କହିଛନ୍ତି। ତେଣୁ ତାଙ୍କୁ କ୍ଷମା ଦିଆଯାଉ। ତାଙ୍କ 32 ବର୍ଷ କ୍ୟାରିଅରରେ ସେ କେବେ ଭୁଲ କରି ନାହାନ୍ତି।

ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ନିସର୍ତ୍ତ କ୍ଷମାକୁ ଗ୍ରହଣ କରିନାହାନ୍ତି । ଏହା ତାଙ୍କ କ୍ୟାରିଅରରେ ଦାଗ ବୋଲି କହିଛନ୍ତି। ଏହାସହ ଏକ ଲକ୍ଷ ଟଙ୍କାର ଜରିମାନା ସହିତ ଆଜିର କୋର୍ଟ କାର୍ଯ୍ୟ ଶେଷ ହେବା ଯାଏଁ ବସି ରହିବେ ବୋଲି ଦଣ୍ଡିତ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇ।

ABOUT THE AUTHOR

...view details