ଇତିହାସ ପୃଷ୍ଠାକୁ ଆଡେଇ ଦେଖିଲେ ଏବେ ବି ମନେ ପଡେ କିଛି ଛାତିଥରା ଘଟଣା । ସେଥିରୁ ସବୁଠାରୁ ଭୟଙ୍କର ଘଟଣା ମଧ୍ୟରେ ରହିଛି ଦ୍ବିତୀୟ ବିଶ୍ବୟୁଦ୍ଧ ସମୟର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ବିସ୍ଫୋରଣ । ଏପରି ମଧ୍ୟ ବିଶ୍ବାସ ରହିଛି ଆମେରିକା ଦ୍ବାରା ଜାପାନ ଉପରେ ହୋଇଥିବା ଏହି ଆକ୍ରମଣ ଦ୍ବାରା ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତ ହୋଇଥିଲା । ତେବେ1945 ମସିହା ଅଗଷ୍ଟ 6ରେ ହିରୋସିମା ଉପରେ ଆମେରିକା ପ୍ରଥମେ ଆକ୍ରମଣ କରିଥିବା ବେଳେ ଅଗଷ୍ଟ 9ରେ ଥରି ଉଠିଥିଲା ନାଗାସାକି ।
ଏହି ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା କି ଏହାର ପ୍ରଭାବ ଦୀର୍ଘ ବର୍ଷ ଯାଏଁ ଜାପାନକୁ ଭୋଗିବାକୁ ପଡିଥିଲା । ସେପଟେ ଏପରି ଲୋମହର୍ଷଣକାରୀ ଆକ୍ରମଣରୁ ବାହାରି ପୁଣି ସ୍ବାଭାବିକ ହେବା ପାଇଁ ଅନେକ ବର୍ଷ ଲାଗିଯାଇଥିଲା । ଆଜି 74ତମ ନାଗାସାକି ଦିବସ ଅବସରରେ ଜାଣନ୍ତୁ କିଛି ଏପରି ଅଜଣା କଥା, ଯାହା ହୁଏତ ଇତିହାସର ଏହି ବଳିଷ୍ଠ ଘଟଣା ପ୍ରତି ବଦଳାଇବ ଆପଣଙ୍କ ଦୃଷ୍ଟିଭଙ୍ଗୀ ।
- ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ଆମେରିକାର ହିଟ ଲିଷ୍ଟରେ ରହିଥିଲା ଜାପାନର 5 ସହର । ଯେଉଁଥିରେ ନାଗାସାକି ସାମିଲ ନଥିଲା । କୋକୁରା, ହିରୋସିମା, ୟୋକୋହାମା, ନିଗାତା ଓ କ୍ୟୋଟୋ ପ୍ରାଥମିକ ଟାର୍ଗେଟ ରହିଥିବା ବେଳେ ଆମେରିକୀୟ ଯୁଦ୍ଧ ସଚିବ ହେନେରି ଷ୍ଟିମସନଙ୍କୁ ଖୁବ ପସନ୍ଦ ଥିଲା ଜାପାନର ପୂର୍ବତନ ରାଜଧାନୀ କ୍ୟୋଟୋ । ଏହି କାରଣରୁ ହିଟ ଲିଷ୍ଟରୁ ଏହାକ ବାଦ ଦିଆଯାଇଥିଲା ।
- ସକାଳ ପ୍ରାୟ 11ଟା 02 ମିନିଟରେ ନାଗାସାକି ଉପରେ ଆକାଶ ମାର୍ଗରୁ ଆମେରିକା ପରମାଣୁ ବୋମା ପକାଇଥିଲା । ସମସ୍ତ ଭାବନ୍ତି କି ଭୂମିରେ ପଡି ବୋମାଟି ଫାଟିଥିଲା । କିନ୍ତୁ ଏହା ଏକ ଭ୍ରାନ୍ତି । ବାସ୍ତବରେ ଏହି ବୋମା ଏତେ ଶକ୍ତିଶାଳୀ ଥିଲା କି ଆକାଶ ମାର୍ଗରୁ ପଡିବା ସମୟରେ ହିଁ ଏହା ଫାଟିଥିଲା । ଯାହା ଫଳରେ ଏହାର ପ୍ରଭାବ ଅଧିକ ମାରାତ୍ମକ ହୋଇଥିଲା ।
- ଏହି ବୋମାର ନାମ ଥିଲା ‘ଫ୍ୟାଟ ମ୍ୟାନ’ । ଏହାର ଓଜନ ପ୍ରାୟ 10,000 ପାଉଣ୍ଡ ରହିଥିଲା । ଏହା 11 ଫୁଟ ଲମ୍ବ ରହିଥିବା ବେଳେ ଏହା ଦ୍ବାରା 20,000 ଟନ ପର୍ଯ୍ୟନ୍ତ କ୍ଷତି ପହଞ୍ଚାଇବାର କ୍ଷମତା ରହିଛି ।