ଓଡିଶା

odisha

By

Published : Apr 29, 2020, 5:56 PM IST

ETV Bharat / bharat

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବାକୁ ନାଗାଲାଣ୍ଡ ସରକାରଙ୍କ ନିଷ୍ପତ୍ତି

ପେଟ୍ରୋଲ, ଡିଜେଲ ଓ ମଟର ସ୍ପିରିଟର ଅଧିକ କର ଆଦାୟ ପାଇଁ ଯୋଜନା କରୁଛନ୍ତି ନାଗାରାଣ୍ଡ ସରକାର । ଏଥିପାଇଁ ସରକାର ପେଟ୍ରୋଲରେ ପ୍ରତି ଲିଟର 6 ଟଙ୍କା ସେସ ଚାର୍ଜ, ଡିଜେଲ ପ୍ରତି ଲିଟର 5 ଟଙ୍କା ସେସ ଓ ମଟର ସ୍ପିରିଟ 6 ଟଙ୍କା ପ୍ରତି ଲିଟର ସେସ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି କରିବାକୁ ନାଗାରାଣ୍ଡ ସରକାରଙ୍କ ନିଷ୍ପତ୍ତି
ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି କରିବାକୁ ନାଗାରାଣ୍ଡ ସରକାରଙ୍କ ନିଷ୍ପତ୍ତି

ଗୌହାଟୀ: କୋରୋନା ଭାଇରସ ଯୋଗୁଁ 1 ମାସରୁ ଅଧିକ ସମୟ ଧରି ପୁରା ଦେଶ ଲକଡାଉନ ରହିଛି । ସମସ୍ତ କାରଖାନା ଆଦି ବନ୍ଦ ରହିଛି । ଫଳରେ ଅନେକ ରାଜ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏତିକି ବେଳେ ନାଗାଲାଣ୍ଡ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ପେଟ୍ରୋଲ, ଡିଜେଲ ଓ ମଟର ସ୍ପିରିଟର ଅଧିକ କର ଆଦାୟ ପାଇଁ ଯୋଜନା କରୁଛନ୍ତି ।

ଏଥିପାଇଁ ସରକାର ପେଟ୍ରୋଲରେ ପ୍ରତି ଲିଟର 6 ଟଙ୍କା ସେସ ଚାର୍ଜ, ଡିଜେଲ ପ୍ରତି ଲିଟର 5 ଟଙ୍କା ସେସ ଓ ମଟର ସ୍ପିରିଟ 6 ଟଙ୍କା ପ୍ରତି ଲିଟର ସେସ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଅର୍ଥ କମିଶନର ମଙ୍ଗଳବାର ଦିନ ବିଜ୍ଞପ୍ତି ଜାରି କରି ଏହା ଘୋଷଣା କରିଛନ୍ତି।

ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ନାଗାଲାଣ୍ଡ ଟ୍ୟାକ୍ସ ଆକ୍ଟ, 1967 ର ସେକସନ 3 ଏ ର ଉପ-ଦଫା ଅନୁଯାୟୀ ଦିଆଯାଇଥିବା କର୍ତ୍ତୃପକ୍ଷଙ୍କ ଅଧୀନରେ ରାଜ୍ୟରେ କୋଭିଡ -19 ସେସ ଲାଗୁ କରାଯିବ । ମୁଁ ଆପଣଙ୍କୁ କହିଦେଉଛି ଯେ ନିକଟରେ ଆସାମ ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପିଛା 5 ଟଙ୍କା ଧାର୍ଯ୍ୟ କରିଛି । ଯେତେବେଳେ କି ମେଘାଳୟ କୋରୋନା ସଙ୍କଟ କାରଣରୁ ଆର୍ଥିକ କ୍ଷତିର ଭରଣା କରିବାକୁ ବିକ୍ରୟ ଟିକସକୁ 2 ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details