ନୂଆଦିଲ୍ଲୀ: ଆମେରିକାର ପେନସିଲଭାନିଆର ସବୁଠାରୁ ବଡ ସହର ଫିଲାଡେଲଫିଆକୁ 1.8 ମିଲିୟନ୍ ଏନ-95 ମାସ୍କ ଯୋଗାଇଛି ଦେଶ । ଫିଲାଡେଲଫିଆର ମେୟର ଜିମ କେନି ସହରର ପ୍ରଣ୍ଟଲାଇନ କର୍ମଚାରୀଙ୍କ ବ୍ୟବହାର ପାଇଁ ମାସ୍କ ଯୋଗାଣ ପାଇଁ ଭାରତକୁ ଅନୁରୋଧ କରିବା ପରେ ଦେଶ ଏହି ପଦକ୍ଷେପ ନେଇଥିଲା ।
ଫିଲାଡେଲଫିଆ ସହରକୁ 1.8 ମିଲିୟନ୍ ଏନ-95 ମାସ୍କ ଯୋଗାଇଲା ଭାରତ - ଫିଲାଡେଲଫିଆ
ଆମେରିକାର ପେନସିଲଭାନିଆର ସବୁଠାରୁ ବଡ ସହର ଫିଲାଡେଲଫିଆକୁ 1.8 ମିଲିୟନ୍ ଏନ-95 ମାସ୍କ ଯୋଗାଇଛି ଭାରତ ।

ଫିଲାଡେଲଫିଆ ସହରକୁ 1.8 ମିଲିୟନ୍ ଏନ-95 ମାସ୍କ ଯୋଗାଇଲା ଭାରତ
ଆମେରିକାରେ ଥିବା ଭାରତର ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସାନ୍ଧୁ ଶୁକ୍ରବାର ଦିନ ଟ୍ବିଟ୍ କରି କହିଛନ୍ତି, କୋରୋନା ବିରୋଧରେ ଲଢେଇ ଜାରି ରହିଥିବା ବେଳେ ଫିଲାଡେଲଫିଆକୁ ଭାରତ1.8 ମିଲିୟନ୍ ଏନ-95 ମାସ୍କ ଯୋଗାଇଛି । ଏହା ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ-ଆମେରିକାର ନିର୍ଭରଯୋଗ୍ୟ ସହଭାଗୀତାର ଆଉ ଏକ ଉଦାହରଣ ଅଟେ । ତେବେ ଅକ୍ଟୋବର 5ରେ ମେୟରଙ୍କ ଅନୁରୋଧ କ୍ରମେ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ବ୍ୟବହାର ପାଇଁ ଫିଲାଡେଲଫିଆକୁ 1.8 ମିଲିୟନ୍ ଏନ-95 ମାସ୍କ ଦିଆଯାଇଥିଲା ।